ପ୍ରସିଦ୍ଧ ଗାୟକ ତଥା ନିର୍ଦ୍ଦେଶକ ବପ୍ପି ଲାହିରୀଙ୍କ ପରଲୋକ

ମୁମ୍ବାଇ : ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରସିଦ୍ଧ ଗାୟକ ତଥା ନିର୍ଦ୍ଦେଶକ ବପ୍ପି ଲାହିରୀ (୬୯)ଙ୍କ ପରଲୋକ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତବର୍ଷ ସେ କରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରଠାରୁ ଶଯ୍ୟାଶାୟୀ ହୋଇ ଚିକିତ୍ସିତ ହେଉଥିଲେ । ଘରେ ସେ ହ୍ୱିଲ ଚେୟାରରେ ଚଳପ୍ରଚଳ କରୁଥିଲେ । ପରେ ସ୍ୱାସ୍ଥ ଅଧିକ ଖରାପ ହେବାରୁ ତାଙ୍କୁ ଜୁହୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ତାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.