ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ଏଚ୍‌ଏମ୍‌ଏସ୍‌ ପକ୍ଷରୁ ସ୍ମୃତିସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତର ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ପକ୍ଷରୁ ବିଶିଷ୍ଟ ଶ୍ରମିକ ନେତା ତଥା ଏଚଏମଏସର ସାଧାରଣ ସମ୍ପାଦକ, ମେଡିକାଲ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ଯୋଗେନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ଏକ ସ୍ମୃତିସଭା ସ୍ଥାନୀୟ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ବିଶ୍ୱନାଥ ପଣ୍ଡିତ ଭବନ ଠାରେ ଏଚ୍‌ଏମ୍‌ଏସ୍‌ର ରାଜ୍ୟ ଉପସଭାପତି ତଥା ମେଡିକାଲ କର୍ମଚାରୀ ସଂଘର ଉପଦେଷ୍ଟା ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ତ୍ରିପାଠୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉପଦେଷ୍ଟା ଶ୍ରୀ ରଥ ଯୋଗେନ୍ଦ୍ର ବାବୁଙ୍କ ଶ୍ରମିକଙ୍କ ପାଇଁ ରହିଥିବା ବିଭିନ୍ନ ଅବଦାନ ସମ୍ପର୍କରେ ଆଲୋକପାତ କରି ନିର୍ମାଣ ଶ୍ରମିକ, ମେହନ୍ତର, ମେଡିକାଲ ଓ ବିଡ଼ି ଶ୍ରମିକଙ୍କ ସ୍ୱାର୍ଥରକ୍ଷା ପାଇଁ ଆଜୀବନ ସଂଗ୍ରାମ କରିଥିଲେ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମେଡିକାଲ କର୍ମଚାରୀ ସଂଘର ଉପସଭାପତି ସୁକାନ୍ତ ମୁଖୀ, ରାଜ୍ୟ ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, ଏମକେସିଜି ମେଡିକାଲ କଲେଜ ଶାଖାର ସମ୍ପାଦକ ରାଜୁ ଚିନ୍ନା, ଗଞ୍ଜାମ ଜିଲା ମେଡିକାଲ କର୍ମଚାରୀ ସଂଘ ସାଧାରଣ ସମ୍ପାଦିକା ରେଣୁପ୍ରିୟା ପାଢ଼ୀ, ମେଡିକାଲ କର୍ମଚାରୀ ସଂଘ ଉପଦେଷ୍ଟା ଲାଲୁମୋହନ ବେହେରା, ଏଚଏମ୍‌ଏସ୍‌ର ବ୍ରହ୍ମପୁର ଆବାହକ ତଥା ଦଳିତ ସଂଗଠନ ସଭାପତି ପଦ୍ମଚରଣ ନାୟକ, କେଶବ ନାୟକ, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀଙ୍କ ପ୍ରମୁଖ ଉପସ୍ଥିତ ରହି ସ୍ମୃତି·ରଣ କରିଥିଲେ ।

Leave A Reply

Your email address will not be published.