ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ : ପ୍ରାର୍ଥୀମାନଙ୍କ ଜବର୍‌ଦସ୍ତ ବଳ କଷାକଷି, ଢାଳି ଦିଆଯାଉଛି ପୁଣି ଅଜସ୍ର ଲୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ମଇଦାନରେ ପ୍ରାର୍ଥୀମାନଙ୍କ ଜବର୍‌ଦସ୍ତ ବଳ କଷାକଷି ଜୋର୍‌ ଧରିଛି । ଭୋଟର୍‌ମାନଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଢାଳି ଦିଆଯାଉଛି ପୁଣି ଅଜସ୍ର ଲୋଭ । କେଉଁଠି ବିଭିନ୍ନ ସରକାରୀ ଯୋଜନାରୁ ଫାଏଦା ଦେବା ପାଇଁ ମତଦାତାଙ୍କୁ ଆକର୍ଷିତ କରାଯାଉଛି ତ’ ଆଉ କେଉଁଠି ଭିତିରିଆ ବାଟ ଅବଲମ୍ବନ କରାଯାଉଛି । ଗାଁ ଗାଁରେ ଏବେ ଭୋଟ ପ୍ରଚାରର ମାହୋଲ୍‌ ଉତ୍ସବମୁଖର ହୋଇଉଠିଛି । ଅନ୍ୟପଟେ ବେଆଇନ ତଥା ଅଗଣତାନ୍ତ୍ରିକ ଭାବେ ଭୋଟ୍‌ ସାଉଁଟୁଥିବା ପ୍ରାର୍ଥୀମାନଙ୍କୁ ଲଗାମ୍‌ ଦେବା ପାଇଁ କଡ଼ା ନଜର୍‌ ରଖିଛି ପ୍ରଶାସନ ।

Leave A Reply

Your email address will not be published.