csstore

ନାଟ୍ୟ ଜଗତର ବାଦଶାହା ହରିହର ମିଶ୍ର ଆଉ ନାହାନ୍ତି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରାଜ୍ୟର ସୁନାମଧନ୍ୟ ମଞ୍ଚ ନିର୍ଦ୍ଦେଶକ, କଳା ସଂଗଠକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ହରିହର ମିଶ୍ରଙ୍କ ଆଜି ବରଗଡ଼ କଲେଜ ରୋଡ଼ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ବରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ଆଜି ତାଙ୍କ ବାସଭବନରେ ବିଭିନ୍ନ କଳା ସଂଗଠକ, ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିଥିଲେ । ତାଙ୍କ ମୃତ୍ୟୁରେ ମଞ୍ଚ ଜଗତରେ ଅପୁରଣୀୟ କ୍ଷତି ଘଟିଲା ବୋଲି ଜିଲ୍ଲାର ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ସଂଘ ପକ୍ଷରୁ ଶୋକ ବ୍ୟକ୍ତ କରିଛନ୍ତି । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଲିଟୁ ମହାନ୍ତି, ପ୍ରଦୀପ ଦେବତା, ଅଭିନେତା ପୃଥିରାଜ ନାୟକ, ସୌଖିନ କଳାକାର ସଂଘର ସଭାପତି ଅଶ୍ବିନୀ କୁମାର ପଣ୍ଡା, ସମ୍ପାଦକ ପ୍ରଭାସ ମହଲା, ଧନୁଯାତ୍ରାର କଂସ ଅଭିନେତା ଭୁବନେଶ୍ୱର ପଧାନ, ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ଅଧକ୍ଷ ଚୈତନ୍ୟ ପାଇକ, ନୃତ୍ୟ ଗୁରୁ ଶଙ୍କର ପଟ୍ଟନାୟକ, ଗୋପାଳ ଦାସ, ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ, କୁମ୍ଭାରୀ, ଗଙ୍ଗାଧର ସ୍ମୃତି ସଦନର ସଭାପତି ମହେନ୍ଦ୍ର କୁମାର ମେହେର, ବୀରେନ୍ଦ୍ର ନାଗ, ଡଃ ସୁବଳ ମାଝୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

jayashree
Leave A Reply

Your email address will not be published.