pakka

ଗାଁ ଗାଁରେ ବୁଲି ବୁଲି ଛତ୍ରପୁର ବିଧାୟକ ଭୋଟ ଭିକ୍ଷା କରୁଛନ୍ତି

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକର ୧୪ ନମ୍ବର ଜୋନର କରପଡା ଓ ମଲାଡ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ପ୍ରଚାର ଅଭିଯାନ ଜୋର ସୋରରେ ଚାଲିଛି । ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତି ସସ୍ମିତା ସ୍ୱାଇଁଙ୍କ ନିମନ୍ତେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଗଞ୍ଜାମ ବ୍ଲକର ୧୫ ନମ୍ବର ଜୋନର ସୁବଳୟା ପଞ୍ଚାୟତରେ ବିଜେଡିର ପ୍ରଚାର ଜୋରସୋର ଚାଲିଛି । ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ସନାତନ ବେହେରାଙ୍କ ନିମନ୍ତେ ଛତ୍ରପୁର ବିଧାୟକ ଶ୍ରୀ ବେହେରା ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଘର ଘର ବୁଲି ଅନୁରୋଧ କରିଛନ୍ତି । ଶ୍ରୀ ବେହେରା ବିଜେଡି ଦଳକୁ ମଜଭୁତ କରିବା ନେଇ ଏବଂ ସବୁ ଦିଗରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବା ନିମନ୍ତେ ଜୋର ସୋରରେ ଲାଗି ପଡିଛନ୍ତି । ଅପ୍ରାଣ ଉଦ୍ୟମ ସହ ଭୋଟରଙ୍କୁ ଶାସକ ଦଳର କରାମତି ତଥା ନବୀନ ବାବୁଙ୍କ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଶଙ୍ଖ ଚିହ୍ନରେ ଭୋଟ ଦେବା ନିମନ୍ତେ ଲୋକଙ୍କୁ ଅନୁରୋଧ କରିଛନ୍ତି । ଉକ୍ତ ପ୍ରଚାରରେ ବହୁ ଗ୍ରାମ୍ୟ ନେତ୍ତୃବୃନ୍ଦ, ଭଦ୍ରମଣ୍ଡଳୀ, କର୍ମୀ ଓ ନେତାବୃନ୍ଦଙ୍କୁ ନେଇ ଭୋଟ ପ୍ରଚାରରେ ବାହାରିଛନ୍ତି ।

ସେହିପରି ଛତ୍ରପୁର ବ୍ଲକର ୧୯ ନମ୍ବର ଜୋନର ନରେନ୍ଦ୍ରପୁର ଓ ଚମାଖଣ୍ଡି ପଞ୍ଚାୟତରେ ପ୍ରଚାର ଜୋରରେ ଚାଲିଛି । ଏହି ଜୋନ ପକ୍ଷରୁ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ରଶ୍ମିତା ନାହାକଙ୍କ ସପକ୍ଷରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଘର ଘର ବୁଲି ଅନୁରୋଧ କରିଛନ୍ତି ।

ସେହିପରି ଅଧିକ ଚର୍ଚ୍ଚାରେ ରହିଥିବା ଛତ୍ରପୁର ବ୍ଲକର (କୋଡିଏ) ୨୦ ନମ୍ବର ଜୋନ ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବାରୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଏଠାରେ ସଂଘର୍ଷ ଜାରୀ ରଖିଛନ୍ତି । ଏହି ୨୦ ନମ୍ବର ଜୋନ ନିମନ୍ତେ ଅଧିକ ମାତ୍ରାରେ କାଳୀପଲ୍ଲୀ ପଞ୍ଚାୟତରେ ବିଜେଡି ଓ ବିଜେପି ଦଳ ମଧ୍ୟରେ ପ୍ରଚାର ଘମାଘୋଟ ସଦୃଶ ହୋଇଛି ବୋଲି ଜଣାଯାଏ । ଏହି ଜୋନ ତରଫରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳ ପ୍ରାର୍ଥୀ ତଥା ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ ପୁନଃ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲଢ଼ୁଛନ୍ତି । ଆଗକୁ ଜିଲ୍ଲାପରିଷଦର ଉପସଭାପତି ଆଶା ନେଇ ଶ୍ରୀ ରେଡ୍ଡୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି କୁହାଯାଏ । ଶ୍ରୀ ରେଡ୍ଡୀ ଏହି ୨୦ ନମ୍ବର ଜୋନରୁ ବିଜେପି ଦଳ ପକ୍ଷରୁ ପ୍ରାର୍ଥୀ ଦେଇଥିବା ଏନ୍. ଦୀନବନ୍ଧୁଙ୍କ ସହ ସମକକ୍ଷ ହେବାରେ ଦେଖିବାକୁ ମିଳିଛି । କାଳୀପଲ୍ଲୀ ପଞ୍ଚାୟତରେ ବିଜେପି ଦଳ ପ୍ରାର୍ଥୀ ଏନ୍. ଦୀନବନ୍ଧୁ ମଧ୍ୟରେ ଧନଞ୍ଜୟ ରେଡ୍ଡୀ ମୁଖ୍ୟ ପ୍ରତିଦ୍ୱନ୍ଦୀ ସାଜିଥିବା ଦେଖାଯାଇଛି । ତେବେ ସମଗ୍ର କାଳୀପଲ୍ଲୀ ଗ୍ରାମ ପଞ୍ଚାୟତରେ ବିଜେଡି ଦଳ ନିଜ ପ୍ରଭାବକୁ ଅଧିକ ଦୃଢ଼ୀଭୂତ କରିବା ନିମନ୍ତେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଘର ଘର ବୁଲି ଭୋଟରଙ୍କୁ ବିଶେଷ ପ୍ରଭାବିତ କରିବାରେ ଲାଗିପଡିଛନ୍ତି । ଛତ୍ରପୁର ବ୍ଲକର ୨୧ ନମ୍ବର ଜୋନ ଅନ୍ତର୍ଗତ ବିପୁଲିଙ୍ଗି ପଞ୍ଚାୟତରେ ମଧ୍ୟ ବିଜେଡି ପ୍ରଚାର ଚଳାଇଛି । ୨୧ ନମ୍ବର ଜୋନ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଦ୍ୱନ୍ଦୀତା କରୁଥିବା ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ଛବିତା ବେହେରାଙ୍କ ସପକ୍ଷରେ ଛତ୍ରପୁର ବିଧାୟକ ଶ୍ରୀ ବେହେରା ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଘର ଘର ବୁଲି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

ten − nine =