jayashree

ଦେଓଗାଁ ବ୍ଲକରେ କବିତା ଭୋଇଙ୍କ ପାଇଁ ପ୍ରଚାର କଲେ ନରସିଂହ

  • ଆଦିବାସୀ ଓ ପଛୁଆବର୍ଗଙ୍କୁ ଧୋକା ଦେଇଛି ସରକାର – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକରେ କବିତା ଭୋଇଙ୍କ ପାଇଁ ପ୍ରଚାର କରିଛନ୍ତି ନରସିଂହ ମିଶ୍ର । ଶ୍ରୀ ମିଶ୍ର କହିଛନ୍ତି ଯେ, ଦୀର୍ଘ ବର୍ଷରୁ ରାଜ୍ୟ ଓ କେନ୍ଦ୍ରରେ ବିଜେଡି ବିଜେପି ସରକାର ଗଢିଥିବା ସତ୍ୱେ ରାଜ୍ୟରେ ଥିବା ଆଦିବାସୀ ତଥା ପଛୁଆ ବର୍ଗର ଜୀବନ ଜୀବିକାରେ କୌଣସି ଉନ୍ନତି ହେଉ ନାହିଁ । ଉକ୍ତ ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ପଛୁଆବର୍ଗ ନିର୍ବାଚନୀ ସଂରକ୍ଷଣରୁ ବାଦ ପଡିଛନ୍ତି । ଏହି ଉଭୟ ବର୍ଗର ଲୋକେ ତାଙ୍କ ପ୍ରତି ହୋଇଥିବା ଧୋକାବାଜିକୁ ଠିକ ଭାବେ ବୁଝି ଏହି ତ୍ରିସ୍ତରୀୟ ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଉଚିତ ଜବାବ ଦିଅନ୍ତୁ । ତା’ ସହ କଂଗ୍ରେସ ପ୍ରାର୍ଥିନୀ ସବିତା ଭୋଇଙ୍କୁ ହାତ ଚିହ୍ନରେ ବୁପୁଳ ମାତ୍ରାରେ ଭୋଟ ଦାନ କରି ବିଜୟୀ କରନ୍ତୁ ବୋଲି ଆଜି ଦେଓଗାଁ ବ୍ଲକ ଜୋନ ୧୨ରେ ନିର୍ବାଚନୀ ପ୍ରଚାର ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଦେଓଗାଁ ବ୍ଲକ ଜୋନ ୧୨ର ପିଲାତିମହୁଲ, ସୁନାରିଜୋର, ଡୁମେରପିଟା, ରାମଚନ୍ଦ୍ରପୁର, ଖଲିଆପାଲି ଓ ସିଂହାମୁଣ୍ଡା ଗ୍ରାମରେ କଂଗ୍ରେସ ପ୍ରାର୍ଥିନୀ ସବିତା ଭୋଇଙ୍କ ପାଇଁ ପ୍ରଚାର ସମୟରେ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ସ୍ୱାଧିନତା ପରଠୁ ହିଁ ସମାଜର ଦଳିତ ଓ ପଛୁଆ ବର୍ଗଙ୍କ ବିକାଶ ସପକ୍ଷରେ କଂଗ୍ରେସ ଦଳ କାମ କରି ଆସିଛି । ସେମାନଙ୍କ ଉନ୍ନତିକୁ ଆହୁରି ଦୃତଗାମୀ କରିବା ପାଇଁ କଂଗ୍ରେସ ଦଳ ବିଭିନ୍ନ ବର୍ଗରେ ଦଳିତ ଆଦିବାସୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲା । ଫଳରେ କଂଗ୍ରେସ ଅମଳ ସମୟରେ ସମାଜର ଏହି ଉଭୟ ବର୍ଗର ବେଶ ଉନ୍ନତି ପରିଲକ୍ଷିତ ହୋଇଥିଲା । କିନ୍ତୁ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ଗାଦିରେ ବସିଥିବା ଉଭୟ ସରକାରଙ୍କୁ ବୋଧେ ଏହା ବରଦାସ୍ତ ହେଲା ନାହିଁ । ବିଜେଡି ଓ ବିଜେପି ଦଳ ସରକାରକୁ ଆସିଲା ପରେ ଆଦିବାସୀ ଓ ପଛୁଆ ବର୍ଗଙ୍କ ପ୍ରତି ତାଙ୍କର ଦମନ ଲୀଲା ଆରମ୍ଭ କଲେ । ବିଗତ ଦିନରେ ତାହାର ଅନେକ ଉଦାହରଣ ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି । ହଜାର ହଜାର ବର୍ଷ ଧରି ସମାଜରେ ଶୋଷିତ ନଷ୍ପେଷିତ ହୋଇଥିବା ଦଳିତ ବର୍ଗକୁ ଅନ୍ୟ ବର୍ଗମାନଙ୍କ ସହିତ ସମକକ୍ଷ କରିବା ପାଇଁ ଅଣାଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରି ଦେବା ପାଇଁ ଷଡଯନ୍ତ୍ର କଲେ । ବର୍ତ୍ତମାନ ନିର୍ବାଚନରେ ପଛୁଆ ଆଦିବାସୀମାନଙ୍କ ସାମ୍ବିଧାନିକ ଅଧିକାର ସଂରକ୍ଷଣ ବ୍ୟବସ୍ଥାରୁ ତାଙ୍କୁ ବାଦ ଦେବା ଏହାର ଜ୍ୱଳନ୍ତ ଉଦାହରଣ । ଉଭୟ ବିଜେପି ଓ ବିଜେଡି ଦଳ ପଛୁଆବର୍ଗଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କ ସାମ୍ବିଧାନିକ ଅଧିକାର ଲୁଣ୍ଠନ କରୁଛନ୍ତି । ତେଣୁ ସମାଜର ଆଦିବାସୀ ତଥା ପଛୁଆବର୍ଗ ଏହି ଦଳମାନଙ୍କ ପ୍ରକୃତି ତଥା ପ୍ରବୃତ୍ତିକୁ ହୃଦୟଙ୍ଗମ କରନ୍ତୁ । ସମାଜର ଗରିବ ପଛୁଆ ବର୍ଗଙ୍କ ହିତରେ ମନରେଗା, ଶିକ୍ଷା ଅଧିକାର ଆଇନ ଓ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି ଗରିବ, ପଛୁଆ ଓ ଆଦିବାସୀଙ୍କ କାମ କରି ଆସିଥିବା କଂଗ୍ରେସଦଳକୁ ଏଥର ଜନାଦେଶ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ନିବେଦନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଉମା ଶଙ୍କର ପଣ୍ଡା, ବ୍ଲକ ସଭାପତି ରାମଜୀ ଚୌଧୁରୀ, କାନ୍ତେଶ୍ୱର ପ୍ରଧାନ, ସଂକିର୍ତ୍ତନ ବାଗ ଓ ଭାଗ୍ୟବାନ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.