pakka

ଲୁଟ୍‌ ଘଟଣା : ଘରଭଡ଼ା ନେବା ବାହାନାରେ ଆସିଲେ, ବୋହୂକୁ ବନ୍ଧକ କରି ଲୁଟିନେଲେ ୨ କେଜି ସୁନା ସହ ୧୧ ଲକ୍ଷ ଟଙ୍କା

bbehera

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରର ସାଙ୍ଗାନେର ଅଞ୍ଚଳ ସ୍ଥିତ ଗୁଲାବ୍‌ ବିହାରରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି । ଦୁର୍ବୃତ୍ତମାନେ ଘରଭଡ଼ା ନେବା ବାହାନାରେ ଘରେ ପଶିଥିଲେ । ପୁଣି ବୋହୂକୁ ବନ୍ଧକ କରି ଲୁଟି ନେଇଛନ୍ତି ୨ କେଜି ସୁନା ସହ ୧୧ ଲକ୍ଷ ଟଙ୍କା । ଏହି ଘଟଣା ଜୟପୁରରେ ଗୁରୁବାର ଦିବା ୨ଟା ସମୟରେ ଘଟିଥିବା କୁହାଯାଇଛି । ସୂଚନା ମିଳିବା ପରେ ପୋଲିସ ତଦନ୍ତ ଜାରି ରହିଛି । ଅଭିଯୋଗ ଅନୁସାରେ ଦୁର୍ବୃତ୍ତମାନେ ୨ ମାସର ଶିଶୁ ମୁଣ୍ଡରେ ପିସ୍ତଲ ରଖି ବୋହୂଙ୍କୁ ବନ୍ଧକ ବନେଇ ଥିଲେ । ପୂର୍ବତନ କାଉନ୍‌ସିଲର ରାମଧନ ସେନି ନିଜ ପତ୍ନୀ ଅନିତା, ଦୁଇ ପୁଅ ନବୀନ ଓ ସଚିନ ଏବଂ ପୁତ୍ରବଧୂ ଶିଳ୍ପାଙ୍କ ସହ ଗୁଲାବ୍‌ ନଗର ସ୍ଥିତ ଘର ନଂ ୧୨୮ରେ ରହୁଥିଲେ । ତେବେ ଘଟଣା ସମୟରେ ପୁତ୍ରବଧୂ ଶିଳ୍ପା ଦୁଇମାସର ଶିଶୁକନ୍ୟା ସହ ଘରେ ଏକାକୀ ଥିଲେ ।

Leave A Reply

Your email address will not be published.

9 − 4 =