oom

ଓଡ଼ିଶାରେ ଲଞ୍ଚ ହେଲା ସ୍କୋଡ଼ାର ନୂଆ ପ୍ରିମିୟମ ଲକଜୁରୀ ମଡେ଼ଲ ‘ସ୍ଲାଭିଆ’

jsmm
  • ତ୍ରିନିତି ସ୍କୋଡ଼ାରେ ନନ୍ଦିତା ଦାସ ଓ ଅରୁଣା ମହାନ୍ତିଙ୍କ ଉପସ୍ଥିତିରେ ଶୁଭ ଉଦ୍‌ଘାଟିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଲକଜୁରି ଓ ପ୍ରିମିୟମ କ୍ଲାସ ସହ ଲାଟେଷ୍ଟ ଟେକ୍ନୋଲୋଜି ଆଧାରିତ ନୂଆ ମଡେ଼ଲ କାର ଚଢ଼ିବାର ଲୋକଙ୍କ ରୁଚିକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରରେ ସବୁଠାରୁ ଲୋକପ୍ରିୟ କମ୍ପାନୀ ସ୍କୋଡ଼ା ପକ୍ଷରୁ ‘ସ୍କୋଡ଼ା ସ୍ଲାଭିଆ’ ନାମକ ନୂତନ ମଡେଲ ଭାରତ ବଜାରକୁ ଆସିଛି । ପ୍ରତିଥର ପରି ଏଥର ମଧ୍ୟ ସର୍ବଭାରତୀୟ ସ୍ଥରରେ ଏହି ନୂଆ ମେଡ଼ଲ ପ୍ରତି ବଢ଼ୁଥିବା ରୁଚିକୁ ଦୃଷ୍ଟିରେ ରଖି ସୁନାମଧନ୍ୟ ଚଳଚ୍ଚିତ୍ର ତାରକା ନନ୍ଦିତା ଦାସ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ଅଧ୍ୟକ୍ଷା ଅରୁଣା ମହାନ୍ତିଙ୍କ ଉପସ୍ଥିତିରେ ପ୍ରତାପନଗର ସ୍ଥିତ ‘ତ୍ରିନିତି ସ୍କୋଡ଼ା’ ଭୁବନେଶ୍ୱର ପକ୍ଷରୁ ‘ସ୍ଲୋଭିଆ’ ମଡେ଼ଲର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ମଡେଲର ପ୍ରି ବୁକିଂ ଆରମ୍ଭ ହୋଇଯାଇଛି । ଏହାର ଦାମ ମାର୍ଚ୍ଚ ୨୨ତାରିଖରେ ସ୍ଥିର ହେବ । କଷ୍ଟମରମାନଙ୍କୁ ‘ତ୍ରିନିତି ସ୍କୋଡ଼ା’ ସୋ ରୁମ ପରିଦର୍ଶନ କରି ଏହାର ଟ୍ରଷ୍ଟ ଡ୍ରାଇଭ ଓ ଅନ୍ୟାନ୍ୟ ଫିଚରର୍ସ ସମ୍ପର୍କରେ ଅବଗତ ହେବା ପାଇଁ କମ୍ପାନୀ ପକ୍ଷରୁ ଏହି ଅବସରରେ ଆୟୋଜିତ ପ୍ରେସ କନଫରେନ୍ସରେ ସନ୍ଦେଶ ଦିଆଯାଇଛି । ସ୍କୋଡ଼ା ଅଟୋର ୨.୦ ମିଶନର ସ୍ଲାଭିଆ ଦ୍ୱିତୀୟ ମଡେଲ । ୬ଟି ସ୍ପିଡ଼ ମାନୁଆଲ ଓ ୬ଟି ସ୍ପିଡ଼ ଅଟୋମାଟିକ ଫିଚର୍ସ ସହ ମାଧ୍ୟମ ଆକାରର ସେଡ଼ାନ କ୍ଲାସର ଏହି ପ୍ରିମିଅମ ଲକଜୁରୀ କ୍ଲାସ କାର ବିଶେଷ କରି ଭାରତୀୟ ରାସ୍ତାକୁ ଦୃଷ୍ଟିରେ ରଖି ନିର୍ମିତ ହୋଇଛି ତେଣୁ ଏହା ରାଜ୍ୟର ଉପଭୋକ୍ତାମାନଙ୍କୁ ନିଶ୍ଚିତ ଭାବେ ଆରାମ ସହ ଅନେକ ସ୍ୱତନ୍ତ୍ର ସୁବିଧା ଯୋଗାଇ ପୂର୍ବପରି ସେମାନଙ୍କ ମନ ଜିଣିବ ବୋଲି ସ୍କୋଡ଼ାର ମାର୍କେଟିଂ ହେଡ଼ ଅଶ୍ୱସ୍ଥ କହିଛନ୍ତି । ‘ଶୋ-ରୁମ’ର ଓନର ଦମ୍ପତି ପରିଶେଷରେ କେକ କାଟି କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।

jittmm
Leave A Reply

Your email address will not be published.