ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ : ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ଜଣାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବିଶ୍ୱଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସୁନ୍ଦରଗଡ଼ ଏଡ଼ିଏମ୍‌ଙ୍କ ଭୁବନେଶ୍ୱର ଉପଖଣ୍ଡ ବାଲିଅନ୍ତା ସ୍ଥିତ ଘର, ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଫ୍ଲାଟ, ଜଗତସିଂହପୁର ରଘୁନାଥ ସ୍ଥିତ ପୈତୃକ ଘର ଓ ଜଗତସିଂହପୁର ମଣିଜଙ୍ଗା ସ୍ଥିତ ସଂପର୍କୀୟଙ୍କ ଘର ସୁନ୍ଦରଗଡ଼ ସ୍ଥିତ ସରକାରୀ ବାସଭବନ, ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସରେ ଥିବା ତାଙ୍କ ଚାମ୍ବର, ରାଜଗାଙ୍ଗପୁର ସ୍ଥିତ ଓସିଏଲ୍‌ କ୍ୟାମ୍ପସରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ ହୋଇଥିବା ସୂଚନା ମିଳିଛି । ତେବେ କେତେ ପରିମାଣର ସମ୍ପତ୍ତି ଠୁଳ ହୋଇଛି ତାହା ସ୍ପଷ୍ଟ ଜଣାପଡି ନାହିଁ ।

Leave A Reply

Your email address will not be published.