ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜାମିନ ବିହୀନ ୱାରେଣ୍ଟ ଜାରି ଓ ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସୁରୁଖୁରୁରେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଆରମ୍ଭରୁ ଗୁରୁତ୍ୱ ଦେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ପୁଲିସ ବିଭାଗ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜାନୁଆରୀ ୧୯ ତାରିଖଠାରୁ ଫେବୃଆରୀ ୬ ତାରିଖ ସୁଦ୍ଧା ମୋଟ ୧୧୩୬୮୬.୧୯ ବଲ୍‌କ ଲିଟର ମଦ, ବେଆଇନ ଭାବେ ରଖିଥିବା ୨୭ଟି ଅସ୍ତ୍ରଶସ୍ତ୍ର, ୪୭୧.୮୬ ଗ୍ରାମ ନିଶାଦ୍ରବ୍ୟ ଓ ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗରେ ୧୪୯୨ ଜଣ ବ୍ୟକ୍ତିଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । ସେଥି ମଧ୍ୟରେ ଡିସିପି, କଟକ ୧୯୫୦.୭୧୫ ବଲକ୍‌ ଲିଟର, ଡିସିପି, ଭୁବନେଶ୍ୱର ୨୪୭୦.୮୭, ଅନୁଗୋଳ ଜିଲ୍ଲାରୁ ୮୬୪, ବାଲେଶ୍ୱର ଜିଲ୍ଲାରୁ ୭୦୫୩୬.୯୬୫, ବରଗଡ଼ ଜିଲ୍ଲାରୁ ୮୧୮.୧୬୫, ବ୍ରହ୍ମପୁରରୁ ୧୭୧୧.୨୩, ଭଦ୍ରକ ଜିଲ୍ଲାରୁ ୨୦୨୩.୫୮, ବଲାଙ୍ଗିରରୁ ୧୧୦୩.୬୭, ବୌଦ୍ଧରୁ ୧୮୭.୦୬, କଟକରୁ ୭୧୨.୪୩, ଦେବଗଡ଼ରୁ ୪୭୮.୮୫୫, ଢେ଼ଙ୍କାନାଳରୁ ୭୮୦.୭୫, ଗଜପତିରୁ ୩୭୧.୦୭, ଗଞ୍ଜାମରୁ ୭୦୫୭.୯୭, ଯାଜପୁରରୁ ୩୯୨୦.୮୪, ଜଗତସିଂହପୁରରୁ ୫୧୩.୦୯, ଝାରସୁଗୁଡ଼ାରୁ ୫୧୩.୦୨, କଳାହାଣ୍ଡିରୁ ୯୧୩.୦୩, କନ୍ଧମାଳରୁ ୧୪୧୨.୪୧, କେନ୍ଦୁଝରରୁ ୫୧୨.୮୫, କେନ୍ଦ୍ରାପଡ଼ାରୁ ୭୨୭.୯୮, ଖୋର୍ଦ୍ଧାରୁ ୫୮୬.୮୮, କୋରାପୁଟରୁ ୧୧୭୭.୪୧, ମୟୂରଭଞ୍ଜରୁ ୩୮୯୫.୦୪୫, ମାଲକାନଗିରିରୁ ୫୮୨.୯୪୫, ନବରଙ୍ଗପୁରରୁ ୧୬୦୯.୨୭, ନୂଆପଡ଼ାରୁ ୫୨୨.୫, ନୟାଗଡ଼ରୁ ୭୨୫.୨୪, ପୁରୀରୁ ୮୪୯.୪, ରାୟଗଡ଼ରୁ ୧୨୫୨.୭୭୫, ରାଉରକେଲାରୁ ୭୦୨.୧୬, ସମ୍ବଲପୁରରୁ ୯୨୨, ସୁବର୍ଣ୍ଣପୁରରୁ ୨୯୫.୧ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୯୮୩.୦୨୫ ବଲ୍‌କ ଲିଟର ମଦ ଜବତ କରାଯାଇଥିବା ରାଜ୍ୟ ପୁଲିସ ବିଭାଗ ତରଫରୁ ନିର୍ବାଚନ କମିଶନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।

Leave A Reply

Your email address will not be published.