ମଧ୍ୟପ୍ରଦେଶର ବିଦ୍ୟାଳୟରେ ବୁର୍ଖା ନିଷେଧ, ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପାରମାରଙ୍କ ବଡ ବିବୃତ୍ତି

ଭୋପାଳ : କର୍ଣ୍ଣାଟକର ସ୍କୁଲ ଏବଂ କଲେଜରେ ବୁର୍ଖା(ହିଜାବ) ପିନ୍ଧିଥିବା ଛାତ୍ରୀମାନଙ୍କୁ ନେଇ ବିବାଦ ମଧ୍ୟରେ ମଧ୍ୟପ୍ରଦେଶରୁ ବୁର୍ଖା ନିଷେଧ ଖବର ଆସିଛି । ମଧ୍ୟପ୍ରଦେଶ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପରମାର କହିଛନ୍ତି ଯେ, ବୁର୍ଖା ୟୁନିଫର୍ମ କୋଡ୍‌ର ଏକ ଅଂଶ ନୁହେଁ । ଯଦି କେହି ବୁର୍ଖା ପିନ୍ଧି ସ୍କୁଲକୁ ଆସନ୍ତି, ତେବେ ସେଠାରେ ନିଷେଧାଦେଶ ଲାଗୁ ହେବ ।

ମଧ୍ୟପ୍ରଦେଶର ବିଦ୍ୟାଳୟରେ ପିଲାମାନେ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ ହେବ ବୋଲି ସେ କହିଛନ୍ତି । ମଧ୍ୟପ୍ରଦେଶ ସରକାର ବର୍ତ୍ତମାନ ଅନୁଶାସନକୁ ପ୍ରାଧାନ୍ୟ ଦେବେ । ସରକାର ସ୍କୁଲ ୟୁନିଫର୍ମ କୋଡ୍‌ ଉପରେ କାମ କରୁଛନ୍ତି । ପରବର୍ତ୍ତୀ ଅଧିବେଶନ ପୂର୍ବରୁ ୟୁନିଫର୍ମ କୋଡ୍ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ ।

ଏହି ସମୟରେ, କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର ଦିନ କେତେକ ଜୁନିଅର କଲେଜରେ ବୁର୍ଖା ଉପରେ ନିଷେଧାଦେଶ ଶୁଣାଣି କରି କହିଛନ୍ତି ଯେ, ସେମାନେ ତର୍କ ଅନୁଯାୟୀ କାମ କରିବେ, ଆବେଗ କିମ୍ବା ଭାବନା ଅନୁସାରେ ନୁହେଁ । ସମ୍ବିଧାନ କ’ଣ କହୁଛି, ଆମେ ତାହା ଅନୁସରଣ କରିବୁ । ସମ୍ବିଧାନ ହେଉଛି କୋର୍ଟ ପାଇଁ ଭଗବଦ୍ ଗୀତା । ମଧ୍ୟପ୍ରଦେଶ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ପାରମାର କହିଛନ୍ତି ଯେ, ଏହା ହେଉଛି ଭାରତର ବିଶ୍ୱାସ, ଯେଉଁମାନେ ପରମ୍ପରା ଉପରେ ବିଶ୍ୱାସ କରନ୍ତି, ସେମାନେ ନିଜ ଘରେ ଏହାକୁ ଅନୁସରଣ କରିବା ଉଚିତ୍ । ବିଦ୍ୟାଳୟରେ ୟୁନିଫର୍ମ କୋଡ୍ ଲାଗୁ କରାଯାଇଛି, ଏହାକୁ ଅନୁସରଣ କରିବା ଉଚିତ୍ । ସମସ୍ତ ଛାତ୍ରମାନଙ୍କ ମଧ୍ୟରେ ସମାନତାର ଭାବନା ରହିବା ଉଚିତ୍, ଅନୁଶାସନ ରହିବା ଉଚିତ ଏବଂ ବିଦ୍ୟାଳୟର ଏକ ପୃଥକ ପରିଚୟ ସୃଷ୍ଟି କରାଯିବା ଉଚିତ ।

Leave A Reply

Your email address will not be published.