ଭାରସାମ୍ୟ ହରାଇ ଓଲଟିଲା କାର

ଆନନ୍ଦପୁର : ଆନନ୍ଦପୁର ୨୦ ନଂ. ଜାତୀୟ ରାଜପଥ କଲରାଗଡ଼ିଆ ଛକ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ମୁଗୁପାଳ ଗ୍ରାମର ଏକ ଦମ୍ପତ୍ତି ତାଙ୍କର ଦୁଇ ଶିଶୁଙ୍କୁ ସାଙ୍ଗରେ ଧରି ବଡ଼ବିଲ ଯାଉଥିବା ସମୟରେ ଘନ କୁହୁଡ଼ି ଯୋଗୁଁ କାର୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି । ତେବେ ସୌଭାଗ୍ୟବଶତଃ କାର୍‌ ଭିତରେ ଥିବା ଦୁଇ ଶିଶୁ ସୁରକ୍ଷିତ ଥିବା ବେଳେ ସ୍ୱାମୀ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଆନନ୍ଦପୁର ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.