ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୭୯୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୧୪ ଜଣ ରହିଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୨ଜଣ ରହିଛନ୍ତି । ସେହିପରି ସୁନ୍ଦରଗଡ଼, ମୟୁରଭଞ୍ଜ, କନ୍ଧମାଳ, ଜଗତସିଂହପୁର, ଢେଙ୍କାନାଳ, ବଲାଙ୍ଗିର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.