ଭୁକ୍ତା ସିଏଚ୍‌ସିରେ ଜାତୀୟ କୃମି ନାଶକ କର୍ମଶାଳା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଗତକାଲି ଜାତୀୟ କୃମି ନାଶକ କର୍ମଶାଳା ଓ ସାମୁହିକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଡାକ୍ତର ଦୁର୍ଗା ପ୍ରସାଦ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଶିଶୁଠାରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ବାଳକ ବାଳିକାଙ୍କୁ କୃମି ନାଶକ ଔଷଧ ବଣ୍ଟନ ଉପରେ ଆଲୋଚନା ହୋଇଥିଲା । ଆସନ୍ତା ଫେବୃୟାରୀ ୧୦ରୁ ୧୬ ତାରିଖ ମଧ୍ୟରେ ୧ରୁ ୫ ବର୍ଷ ବୟସର ଶିଶୁମାନଙ୍କୁ ୫ ଏମ୍‌ଏଲ୍‌ ସିରଫ ଓ ଫେବୃଆରୀ ୭ରୁ ୧୬ ତାରିଖ ମଧ୍ୟରେ ବାଳକ, ବାଳିକାଙ୍କୁ କୃମି ନାଶକ ଔଷଧ ପ୍ରଦାନ କରାଯିବାକୁ ଆଲୋଚନା ହୋଇଥିଲା । ଏଥିରେ ଡୁଙ୍ଗୁରୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୌମ୍ୟରଞ୍ଜନ ଭୋଇ, ଆର୍‌ବିଏସ୍‌କେ ଡାକ୍ତର ଅଞ୍ଚଳ ପ୍ରଧାନ, ନିମିସୟା ପଧାନ, ସୁଦାମ ପାଣିଗ୍ରାହୀ, ଗୋବିନ୍ଦ ପ୍ରଧାନ, ମେଘନାଦ ପ୍ରଧାନ, ଜୟକୃଷ୍ଣ ମହାପାତ୍ର, ସମସ୍ତ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ, ଆଇସିଡିଏସ୍‌, ସିଆର୍‌ସିସିର ସୁପରଭାଇଜରମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.