pakka

ରୁଗୁଡିପଡ଼ା ଦୁର୍ଗାପୁଜା ଟ୍ରଷ୍ଟ ଓ ନବକିଶୋର କ୍ଳବ ପକ୍ଷରୁ ସୁମନ୍ତ ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରୁଗୁଡିପଡ଼ା ଦୁର୍ଗାପୁଜା ମଣ୍ଡପଠାରେ ସଂଗଠକ ସ୍ୱର୍ଗତ ସୁମନ୍ତ ଭୋଇଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ଚେତନାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ଓ ଉପଦେଷ୍ଟା ସୁଭାଷ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଟ୍ରଷ୍ଟ, କ୍ଳବ ଓ ସହରର ଅନେକ ବୁଦ୍ଧିଜୀବୀ, ସଂଗଠକ ଓ କ୍ରୀଡାବିତ ଉପସ୍ଥିତ ରହି ସ୍ୱର୍ଗତ ଭୋଇଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦିବଙ୍ଗତ ଆତ୍ମାର ମୋକ୍ଷ ପ୍ରାପ୍ତି ସକାଶେ ୨ ମିନିଟ୍‌ ନିରବ ପ୍ରାର୍ଥନା କରିଥିଲେ । ପରେ ପରେ ସ୍ୱର୍ଗତ ଭୋଇଙ୍କ ସ୍ମୃତି ଚାରଣ କରାଯାଇଥିଲା । ଜିଲ୍ଲା କ୍ରିଡା ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ବରିଷ୍ଟ ସଭ୍ୟ ସୁଧିର ଚନ୍ଦ୍ର ପଣ୍ଡା, ପୁର୍ବତନ ବିଧାୟକ ରମାକାନ୍ତ ସେଟ୍‌, ବିଶ୍ୱଜିତ ନାଏକ, ଉଦିତ ପଣ୍ଡା, ଜୟପ୍ରକାଶ ପଣ୍ଡା, ଜୟନ୍ତ ମହାନ୍ତି, ପ୍ରଭାଶ ପାଣିଗ୍ରାହୀ, ହିମାଶୁଂ ଶେଖର ପାଢ଼ୀ, ସତ୍ୟବ୍ରତ ପଣ୍ଡା, ତେଜରାଜ ସିଂ,ପ୍ରେମା ନନ୍ଦ ନନ୍ଦ, ଶଶିଶେଖର ପଣ୍ଡା ପ୍ରମୁଖ ସ୍ୱର୍ଗତ ଭୋଇଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କମିଟିର ଅନ୍ୟତମ ସଭ୍ୟ ସ୍ୱର୍ଗତ ପିଂଟୁ ଭାଟିଙ୍କ ଉଦ୍ଦେଶ୍ୟରେ ମଧ୍ୟ ସ୍ମୃତି ଚାରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗାପୁଜା କମିଟିର ଶିବାନନ୍ଦ ବାଗ, ମନୋଜ ଚିନ୍ଦା, ପୃଥ୍ୱୀରାଜ ମିଶ୍ର, ବିଷ୍ଣୁଦତ୍ତ ହୋତା, ନୟନ ମହାନ୍ତି, ଦେବାଶିଷ ମହାକୁର, ଅରୁଣ କୁମାର ନାଏକ, ସରୋଜ ନନ୍ଦ, ଅଭି ବଗର୍ତ୍ତୀ, ଜୀବନ ବାଙ୍କ, କାହ୍ନୁ ବଗର୍ତ୍ତୀ, ଗୋପାଲ ବୋହିଦାର, ସଂଜିବ ଶତପଥୀ, ଟୁନା ପଟ୍ଟନାୟକ, ବାବୁ ଚନ୍ଦନ, ପ୍ରଦୀପ ମହାନ୍ତି, ସୁଧିର ନନ୍ଦ, ମୋହନ ପାଣ୍ଡିଆ, ଚନ୍ଦ୍ରଚୁଡ ପଣ୍ଡା, ପିଂଚନ ପଣ୍ଡା, ଆନନ୍ଦ ସାହୁ, ସୁବୋଧ ମହାକୁର, ବିନୋଦ ନାଗ, ଜୟ କିସନ ପଟ୍ଟନାୟକ, ଦିପକ ମିଶ୍ର, କମ୍ବୁ ପୁଝାରୀ, ବିଜୟାନନ୍ଦ ବାଗ, ଭାଗିରଥି ମହାକୁର, ବାଜୁ ଦାସ, ଘନ ବ୍ୟାସ, ପଂଚା ଗୌଡ, ଅମିତ ମହାନ୍ତି, ଗୋପାଳ, ଦୀପକ ନନ୍ଦ, ଶିଶିର, ଅଜୟ ରଥ, ହୃଶି ପଟ୍ଟନାୟକ, ସୁଦାମ ସିଂ, ସ୍ୱସ୍ତିକ ସାହୁ ଏବଂ ନବକିଶୋର ଦଳର ସମସ୍ତ ଖେଳାଳି ଉପସ୍ଥିତ ରହି ସ୍ୱର୍ଗତ ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

1 × two =