oom

ଗାନ୍ଧୀ ପାଠାଗାର ଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ପାଠାଗାର ଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଭାରତ ରତ୍ନ ସ୍ୱର୍ଗତା ଲତା ମଙ୍ଗେସ୍କରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ପରେ ବିଗତ ବର୍ଷମାନଙ୍କରେ ଉପଭୋକ୍ତା ସଂଘର ମାର୍ଗ ଦର୍ଶନ କରିଥିବାରୁ ପୂର୍ବତନ ସଭାପତି ବିକ୍ରମାନନ୍ଦ ବହିଦାରଙ୍କୁ ଉପସ୍ଥିତ ସଭ୍ୟବୃନ୍ଦ ସମ୍ମାନିତ କରିଥିଲେ । ପରେ ସହ-ସଂପାଦକ ପ୍ରଭାକର ମିଶ୍ର ଗତ ଅଧିବେଶନର ବିବରଣୀ ପଠନ କରିଥିଲେ ଏବଂ ତାହା ସର୍ବସମ୍ମତି କ୍ରମେ ଅନୁମୋଦିତ ହୋଇଥିଲା । ଆଲୋଚନା ଆରମ୍ଭ କରି ନିମନ୍ତ୍ରିତ ସଭ୍ୟ ଅଚ୍ୟୁତାନନ୍ଦ ଉଦ୍‌ଗାତା ଏବଂ ସଂଘ ପ୍ରବକ୍ତା ଗୋପଭୂଷଣ ନାଥ ବଲାଙ୍ଗିର-ଖୋର୍ଦ୍ଧା ରେଳପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ କେନ୍ଦ୍ର ରେଳ ବିଭାଗ ଏବଂ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ । ସଭ୍ୟ ବୃନ୍ଦାବନ ବରାଳ, ମନୋରଂଜନ ପୁରୋହିତ ଏବଂ ଦିବାକର ହୋତା ସମତା ଏକ୍ସପ୍ରେସକୁ ବରଗଡରୁ ବଲାଙ୍ଗିର ପର୍ଯ୍ୟନ୍ତ ବଢାଇବା, ରାଏପୁର ସଂପର୍କ କ୍ରିନ୍ତି ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ବଢାଇବା ତଥା ଅନ୍ୟାନ୍ୟ ପୁରାତନ ଦାବୀ ଉପରେ ଆଲୋଚନା କରିଥିଲେ । ପୂର୍ବତନ ସଭାପତି ବିକ୍ରମାନନ୍ଦ ବହିଦାର, ସଂପାଦକ ଗୋପବନ୍ଧୁ ପୁରୋହିତ, ଛବିଲାଲ ବେହେରା ତଥା ମହେଶ୍ୱର ସାହୁ ରେଳ ଉପଭୋକ୍ତ ସଂଘର ବିଭିନ୍ନ ଦାବୀକୁ ନେଇ ଜିଲ୍ଲାର ବିଭିନ୍ନ ସଂଗଠନମାନଙ୍କ ସହ ଏକ ମିଳିତ ମଂଚ ମାଧ୍ୟମରେ ବିଶାଳ ଜନ ଆନ୍ଦୋଳନ ଗଢି ତୋଳିବା ପାଇଁ ମତ ପ୍ରକାଶ କରିଥିଲେ । କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ଆୟ ବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ଆଗାମୀ ୨୭ ତାରିଖରେ ସାଧାରଣ ପରିଷଦର ବୈଠକ ଡକାଇବା ପାଇଁ ସ୍ଥିର କରାଗଲା । ଶେଷରେ ଉପ-ସଭାପତି ପର୍ଶୁରାମ ନାୟକ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.