om academy

ରାଜବୋଡାସମ୍ବର କୃଷକ ସଙ୍ଗଠନର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦିବା ୨ ଘଣ୍ଟା ସମୟରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ଆବାହକ ଅଶୋକ ସାହୁଙ୍କ ନେତୃତ୍ୱରେ ପଦ୍ମପୁର ଗୋରୁବଜାର ଠାରେ ପଦ୍ମପୁର, ଗାଇସିଲେଟ, ଝାରବନ୍ଧ, ପଦ୍ମପୁର ଏନ୍‌ଏସି, ପାଇକମାଲ ବ୍ଲକର ରାଜବୋଡାସମ୍ବର କୃଷକ ସଙ୍ଗଠନର ନେତୃମଣ୍ଡଳୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ଖରିଫ ୨୦୨୧ ଫସଲବୀମା ରିଜେକ୍ଟ ରିଭର୍ଟ ଓ ପେଣ୍ଡିଙ୍ଗ ନାଁରେ ଏଚ୍‌ଡିଏଫ୍‌ସି ଇଆର୍‌ଜିଓ କମ୍ପାନୀ ଚକ୍ରାନ୍ତ ଓ ଷଡଯନ୍ତ୍ର ବିରୋଧରେ ଆଲୋଚନା କରିଥିଲେ । ଏହି ମୁଖ୍ୟ ପ୍ରସଙ୍ଗ ସହିତ ଚଳିତ ରବି ଋତୁରେ ସାରର ଅଭାବୀ ବିକ୍ରି, ବିଦ୍ୟୁତ ଦେୟ, ବୋରଓଏଲ ମାନଙ୍କର ବିଦ୍ୟୁତ ସଂଯୋଗ କରା ନହୋଇଥିବା ଓ ଖରିପ ଧାନ ବିକ୍ରି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ଗତ ୪ ତାରିଖ ତାରିଖ ଦିନ ସଂଗଠନର ଚାପରେ ଜିଲ୍ଲାପାଳ ରାଜବୋଡାସମ୍ବର କୃଷକ ସଙ୍ଗଠନକୁ ବୀମା ବିଭ୍ରାଟ ପ୍ରସଙ୍ଗରେ ଡାକିଥିଲେ ଏବଂ ସେହି ବୈଠକରେ କମ୍ପାନୀକୁ ଅଟୋ ଆପୃଭାଲ ପାଇଁ ଜିଲ୍ଲାର ସମସ୍ତ ମନିଟରିଂ କମିଟିର ସଦସ୍ୟ ମାନଙ୍କ ଦସ୍ତଖତ ନେଇ ଉପରୋକ୍ତ ଅଧିକାରୀ ଭୁବନେଶ୍ୱରଙ୍କୁ ପଠାଇଥିବା ସଭାରେ ସୂଚନା ଦିଆଯାଇଥିଲା । ଉକ୍ତ ବୈଠକରେ ସମସ୍ତ ସଦସ୍ୟା ଏକ ସ୍ୱରରେ ଭେରିଫିକେସନ୍‌କୁ ନିନ୍ଦା କରିବା ସହ ଭେରିଫିକେସନ୍‌ କରାଇ ନଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ନିର୍ବାଚନ ଆଚରଣ ବିଧି ସରିଗଲା ପରେ ମାର୍ଚ୍ଚ ପ୍ରଥମାଦ୍ଧରେ କୌଣସି ସମୟରେ ଉପଖଣ୍ଡର ମୁଖ୍ୟ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟକୁ ଦାବୀ ପୁରଣ ନହେବା ଯାଏ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ପରିକଳ୍ପିତ ଆନ୍ଦୋଳନକୁ ପରିଚାଳନା କରିବା ପାଇଁ ଏକ ୨୫ ଜଣିଆ କମିଟି ଗଠନ କରିଥିଲେ । ଏହି ବୈଠକରେ ବରଗଡ଼ ଜିଲ୍ଲାର ଚାଷୀ ନେତା ରମେଶ ମହାପାତ୍ର ଯୋଗ ଦେଇଥିଲେ । ପଦ୍ମପୁର ବ୍ଲକରୁ ଅଜିତ କୁମାର ଶତପଥୀ, ଅଶୋକ ସାହୁ, ପ୍ରଶାନ୍ତ ପଧାନ, କୈଳାଶ ବାରିକ, ଅମୃତଲାଲ ସାହୁ, ସୁବାଷ ବରିହା, ସଂକୀର୍ତ୍ତନ ସାହୁ, ଦେବରାଜ ସାହୁ, ଝାରବନ୍ଦ ବ୍ଲକରୁ ଅଶୋକ ସାହୁ, ପ୍ରମୋଦ ରାୟ, କ୍ଷମାନିଧି ସାହୁ, ପାଇକମାଲରୁ ବିଶ୍ୱନାଥ ରଣା, ମଳୟ ଭୋଇ, ପାନାଲାଲ ସେଠ, ଗାଇସିଲେଟରୁ ଅରବିନ୍ଦ ପଣ୍ଡା, ବିରେନ୍ଦ୍ର ପଧାନ, ସରୋଜ ସାହୁ, ଗଜପତି ସାହୁ, ରଥୀ ସାହୁ, ବିରେନ୍ଦ୍ର ସାହୁ ଓ ସମସ୍ତ ବ୍ଲକରୁ ଚାଷୀ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

one × 1 =