csstore

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼ : ପାଟଣାଗଡ଼ ବରହମପୁରା ଠାରେ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳିସଭା ଅନୁଷ୍ଠିତ ହୋଇଯାଇଛି । ଭାରତ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିବା ତଥା ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକର୍‌ ଓ ମାଓବାଦୀଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା କଳାହାଣ୍ଡି ଜିଲ୍ଲାର ମୋହନଗିରିର କାର୍ଯ୍ୟରତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ବିୟୋଗରେ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଲକ୍ଷ୍ମୀକାନ୍ତ ମିଶ୍ର ସ୍ମୃତିଚାରଣ କରିବା ପରେ ରୋହିତ ଓ ଲତାଙ୍କ ସ୍ୱର୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ପ୍ରବୀଣ ପୁରୋହିତ, ସଂଯୋଜକ ସୁନୀଳ ଚୌପଦାର, କାର୍ଯ୍ୟକାରୀ ସଭ୍ୟ ରଞ୍ଜନ ମେହେର, ରାଜେଶ କୁମାର ଚାନ୍ଦ, ଲଳିତ କୁମାର ମିଶ୍ର, ବିଶ୍ୱାସ ପଟ୍ଟନାୟକ, ଦିଲୀପ ଭୋଇଙ୍କ ସମେତ ଯୁବ ଉପଖଣ୍ଡ ପତ୍ରକାର ସଂଘର ସମ୍ପାଦକ ବିମଳ କୁମାର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.