oom

ଗାଡି ଚୋରଙ୍କଠାରୁ ସତର୍କ ରହିବାକୁ ସ୍ୱେଚ୍ଛାସେବୀ ସଂଗଠନ ଗିଫ୍‌ଟ ଅଫ୍‌ ଲାଇଫ୍‌ ତରଫରୁ ସଚେତନତା

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ପରୋପକାର କାର୍ୟ୍ୟ କରିବାରେ କେବଳ ଅର୍ଥ ହିଁ ଏକମାତ୍ର ମାଧ୍ୟମ ନୁହେଁ ଏହାକୁ ପ୍ରମାଣିତ କରିଛନ୍ତି ବରଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗିଫ୍‌ଟ ଅଫ୍‌ ଲାଇଫ୍‌ । ସହରରେ ଦିନକୁ ଦିନ ଚୋରୀ ଡକାୟତି ବଢୁଥିବା ଯୋଗୁଁ ଲୋକେ ବର୍ତ୍ତମାନ ଚିନ୍ତିତ ଅଛନ୍ତି । ଗୋଟିଏ ପଟେ ମହାମାରୀ କରୋନା ଯୋଗୁଁ ଆର୍ଥିକ ସ୍ଥିତି ସମସ୍ତଙ୍କ ବିଗିଡି ଯାଇଥିବା ବେଳେ କଠିନ ପରିଶ୍ରମ କରି ଗାଡ଼ି ଖଣ୍ଡିଏ କିଣିଥିବା ଲୋକର ଯଦି କେହି ଦୁର୍ବୃତ୍ତ ଗାଡ଼ି ଚୋରୀ କରିନିଏ ତାହେଲେ ବୋଝ ଉପରେ ନଳିତା ବିଡା ସଦୃଶ ନିଶ୍ଚିତ ଭାବରେ ହେବ । ଏହାକୁ ଦୃଷ୍ଟିରେ ରଖି ବରଗଡ଼ର ଏହି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗିଫ୍‌ଟ ଅଫ୍‌ ଲାଇଫ୍‌ର ସଦସ୍ୟ ମାନେ ଲୋକଙ୍କୁ ସଚେତନ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଗାଡ଼ି ଚୋରଙ୍କ ପ୍ରତି ସାବଧାନ ରହିବାକୁ ପୋଷ୍ଟର ମାଧ୍ୟମରେ ଅନୁରୋଧ କରୁଛନ୍ତି । ସଂଗଠନର ସମ୍ପାଦକ ସୁରଜ ମଲ୍ଲିକଙ୍କ ତତ୍ତ୍ଵାବଧାନରେ ସଦସ୍ୟମାନେ ବରଗଡ଼ ସରକାରୀ ବସ୍ ଷ୍ଟେସନ, ସୁପର ମାର୍କେଟ, ବେସରକାରୀ ବସ୍ ଷ୍ଟେସନ ତଥା ଅନ୍ୟାନ୍ୟ ସ୍ଥାନରେ ସଚେତନତା ବାର୍ତ୍ତା ଲେଖାଥିବା ପୋଷ୍ଟର ମାରିଛନ୍ତି । ଏହି ମହତ୍ କାର୍ୟ୍ୟ ପାଇଁ ବରଗଡ଼ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗିଫ୍ଟ ଅଫ ଲାଇଫକୁ ପ୍ରଶଂସା କରାଯାଉଛି ।

jittmm
Leave A Reply

Your email address will not be published.