oom

ସାମ୍ବାଦିକ ରୋହିତ ବିଶ୍ୱାଳ ଓ ଲତା ମଙ୍ଗେସ୍‌କରଙ୍କୁ ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

jsmm

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କଳାହାଣ୍ଡିର କାର୍ଯ୍ୟରତ ଧରିତ୍ରୀ ଖବର କାଗଜର ସାମ୍ବାଦିକ ରୋହିତ ବିଶ୍ୱାଳ ଓ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ବିୟୋଗରେ ବରଗଡ ସାମ୍ୱାଦିକ ସଙ୍ଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଗତକାଲି ସଙ୍ଘ କାର୍ଯ୍ୟାଳୟରେ ସଭାପତି ଶଙ୍କର ବଲ୍ଲଭ ମିଶ୍ରଙ୍କ ସଭାପତିତ୍ୱରେ ଶୋକସଭାରେ ଉପସ୍ଥିତ ସଦସ୍ୟମାନେ ସ୍ୱର୍ଗତ ଲତା ମଙ୍ଗେସ୍‌କରଙ୍କ ବିୟୋଗ ଭାରତୀୟ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିବା ସହ ତାଙ୍କର ଅନୁପସ୍ଥିତିର ଶୂନ୍ୟସ୍ଥାନ କେହି ପୂରଣ କରି ପାରିବେ ନାହିଁ ବୋଲି ଉପସ୍ଥିତ ସଦସ୍ୟମାନେ ବର୍ଣ୍ଣନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ସାମ୍ବାଦିକ ସ୍ୱର୍ଗତ ରୋହିତଙ୍କୁ ଜଣେ ନିର୍ଭୀକ ଓ କର୍ମ ତତ୍ପର ସାମ୍ବାଦିକ ଭାବରେ ବର୍ଣ୍ଣନା କରିବା ସହ ତାଙ୍କ ବିୟୋଗରେ ସାମ୍ବାଦିକ ଜଗତର ଅପୂରଣୀୟ କ୍ଷତି ହେଲା ବୋଲି ସମସ୍ତେ ଏକ ସ୍ଵରରେ କହିଥିଲେ । ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କଠାରେ ଦାବୀ କରାଯାଇଛି ଯେ, ଦିବଙ୍ଗତ ରୋହିତଙ୍କୁ ଶହୀଦର ମାନ୍ୟତା ଦେବା ସହ ପାରିବାର ବର୍ଗଙ୍କୁ ଶହୀଦ ପରିବାରର ସମସ୍ତ ସୁବିଧା ଯୋଗାଇ ଦିଆଯାଉ । ସେହିଭଳି ରାଜ୍ୟ ସରକାର ଯଥାଶୀଘ୍ର ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରନ୍ତୁ ବୋଲି ସଂଘ ପକ୍ଷରୁ ଦାବୀ କରାଯାଇଛି । ଏହି ଶ୍ରଦ୍ଧାଂଜଳି ସଭାରେ ସଂଘର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ହୋତା, ଉପସଭାପତି ବିରେନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ପ୍ରେମାନନ୍ଦ ଖମାରୀ, ଯୁଗ୍ମ ସମ୍ପାଦକ ପ୍ରବୀଣ ସାହୁ, ରବି ପଣ୍ଡା, ଦୀପକ ଶର୍ମା, ଲଲାଟେନ୍ଦୁ ଦାଶ, ମହେନ୍ଦ୍ର ସାହୁ, ଅନନ୍ତ ମଟାରୀ, ସୁଦାମ ଭୋଇ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ପ୍ରକାଶ ଥାଉକି ମାଓବାଦିମାନେ ବିଛାଇଥିବା ଲେଣ୍ଡ ମାଇନ୍ ବିସ୍ପୋରଣରେ ରୋହିତ ପ୍ରାଣ ହରାଇଥିଲେ ।

jittmm
Leave A Reply

Your email address will not be published.