oom

ଶବକୁ ସମ୍ମାନ ଦେଲା ସଂକଳ୍ପ ପରିବାର

jsmm

ବରଗଡ, (ନିରୋଜ କୁମାର ପାଣୀ) : ଶବକୁ ସମ୍ମାନ ଦେଇଛି ସଂକଳ୍ପ ପରିବାର । ସୂଚନା ଅନୁସାରେ ଦୟାରାମ ଚକ୍ରଧାରୀ(୫୮) ରାଜ ମିସ୍ତ୍ରୀ କାମ କରି ନିଜର ପରିବାର ପୋଷଣ କରୁଥିଲେ । ପରିବାର କହିଲେ ତାଙ୍କର ସ୍ତ୍ରୀ ଲଳିତା ଚକ୍ରଧାରୀ ଓ ଦୁଇ ନାବାଳକ ପୁଅ ଗୋଟେ ଦାଦନ ଖଟି ସୁଦୂର ଅନ୍ଧ୍ରପ୍ରଦେଶକୁ ଯାଇଥିବା ବେଳେ ଅନ୍ୟଜଣେ ବାପାଙ୍କ କାମରେ ସାହାଯ୍ୟ କରିଥାଏ । ତେବେ ସେମାନେ ଭେଡେନ ବ୍ଲକ ଜାମଡୋଲ ଗ୍ରାମରେ ଦୀର୍ଘ ୪୦ ବର୍ଷ ହେଲା ରହିଆସୁଥିବା ବେଳେ ମୂଳ ବାସିନ୍ଦା ରାଇପୁର ଛତିଶଗଡ଼ ରାଜ୍ୟର ଅଭନପୁର ଗ୍ରାମର ଅଟନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ପରିବାର ଲୋକେ ଗତକାଲି ଅପରାହ୍ନ ୫ଟା ସମୟରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଦୟାରାମଙ୍କ ମୂଳ ଗ୍ରାମ ରାଇପୁର ହୋଇଥିବା ବେଳେ ଏଠାରେ ତାଙ୍କର କୌଣସି ସମ୍ପର୍କୀୟ ନଥିଲେ । ପରିବାର ଲୋକେ ମୃତ ଶରୀର ତାଙ୍କର ପିତୃକ ଗ୍ରାମକୁ ନେଇ ଯିବା ପାଇଁ ଇଛାପ୍ରକାଶ କରିଥିବା ବେଳେ ପଇସା ଅଭାବରୁ ଗାଡି ଭଡା ଦେବାକୁ ଅସମର୍ଥ ପ୍ରକାଶ କରି ଶବ ପାଖରେ ବସି କନ୍ଦିବା ଛଡା ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା । ପରେ ବରଗଡ଼ ଏଡିଏମ୍‌ ମିର୍ଧା ଟପୋ ଓ ସଂକଳ୍ପ ପରିବାର ସ୍ବେଛାସେବୀ ସଂଗଠନର ସାହାଯ୍ୟରେ ଅଧରାତ୍ରୀରେ ସଂକଳ୍ପ ରଥ ସାହାଯ୍ୟରେ ତାଙ୍କର ମୃତ ଶରୀରକୁ ସଂକଳ୍ପ ପରିବାରର ସ୍ବେଛସେବୀମାନେ ତାଙ୍କ ପିତୃକ ଗ୍ରାମ ରାଇପୁରକୁ ପହଞ୍ଚାଇ ଥିଲେ ।

jittmm
Leave A Reply

Your email address will not be published.