ଇମ୍ପେରିୟଲ କଲେଜରେ ଅଭିନବ ପ୍ରୟାସ : କାରରେ ପାଠାଗାର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଇମ୍ପେରିୟଲ କଲେଜ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇ ପୁରୁଣା କାରରେ ଏକ ପାଠାଗାର ନିର୍ମାଣ କରାଯାଇଛି । ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପେରିୟଲ କଲେଜ ପରିସରରେ ଥିବା ସରସ୍ୱତୀ ବାଟିକାଠାରେ ଏହି କାରରେ ପୁରୁଣା ଟିଭି କେବିନେଟ, ମାଇକ୍ରୋୱେଭ ପରି ପୁରୁଣା ଜିନିଷକୁ ବ୍ୟବହାର କରାଯାଇ ଏଥିରେ ପୁସ୍ତକ ରଖିବା ପାଇଁ କାର ଭିତରେ ଆଲମୀରା ନିର୍ମାଣ କରାଯାଇଛି । ଏହି କାରରୁ ବହି ନେଇ ଏହାର ଆଖପାଖରେ ବସି ମୁକ୍ତ ପବନ ଅଚଂଳରେ ବହି ଗୁଡିକ ପଢ଼ା ଯାଇପାରିବ । କଲେଜରେ ଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ପ୍ରଗତି କ୍ଳବ ପକ୍ଷରୁ ଏହି ପ୍ରକଳ୍ପକୁ ସରସ୍ୱତୀ ପୂଜା ଦିନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଚେୟାରମେନ ଦିପକ ଗୋୟଲଙ୍କ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.