csstore

ତିରୋଧାନ ଦିବସରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଂଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଉତ୍କଳ ଗୌରବ କୁଳବୃଦ୍ଧ ମଧସୂଦନ ଦାସଙ୍କର ତିରୋଧାନ ଦିବସ ଅବସରରେ ବରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ସ୍ଥାନୀୟ କଚେରି ପରିସରରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ସଂଘର କର୍ମକର୍ତ୍ତାମାନେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଂଘ ସଭାପତି କୁଶ ପ୍ରଧାନ, ସାଧାରଣ ସମ୍ପାଦକ ହରିହର ପ୍ରଧାନ, ଉପସଭାପତି ମୋହିତ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ସନକ ଦାଶ, ବରିଷ୍ଠ ଓକିଲ ଶିରିଶ ବଲ୍ଲଭ ମିଶ୍ର, ଅନନ୍ତ ଶୟନ ପାଢ଼ୀ, ରବି ପଣ୍ଡା, ଲିପସିତ ମିଶ୍ର, ଅନୁପ ଶତପଥୀ, ଦିବସ ସରାଫ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.