ପିତାମହୁଲରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ : ସମାଚୁଆଁ ଦଳ ଚାମ୍ପିୟନ ବିବେଚିତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ପିତାମହୁଲର ଡେଙ୍ଗସର୍ଗି ଠାରେ ୧୯ତମ ଚାଲିଥିବା ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏହା ସମରା ବୁଢ଼ା ଫୁଟବଲ କମିଟି ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଏହାର ଫାଇନାଲ ମ୍ୟାଚ୍‌ରେ ହାତୀସରା ଦଳ ଓ ସମାଚୁଆଁ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ସମାଚୁଆଁ ଦଳ ୧ – ୦ ଗୋଲରେ ଚମ୍ପିୟନ ବିବେଚିତ ହୋଇଥିଲା । ଉକ୍ତ ଖେଳକୁ ସଞ୍ଜନ କୁଦେଇ ପରିଚାଳନା କରିଥିବା ବେଳେ ବଳରାମ ବାଗ, ଜିତୁ ମେହେର ସହାୟତା କରିଥିଲେ । ଏହାର ଉଦଯାପନୀ ଉତ୍ସବରେ କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡିଶା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା, ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରମୋଦ ଭୋଇ, ସରପଞ୍ଚ ପ୍ରାର୍ଥୀ ଭୀମସେନ ସ୍ୱାଇଁ ଓ ଯୁବ ସରପଞ୍ଚ ପ୍ରାର୍ଥୀ ସୁବ୍ରତ ନାଗ ପ୍ରମୁଖ ଯୋଗଦାନ କରି ଉଭୟ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସଭାରେ ରାଜେଶ ପୋଢ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ବେନ୍ୟାବିନ ତାଣ୍ଡି ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ମେନଅଫ୍‌ ଦି ସିରିଜ ରିକୁନ ଗହୀର, ମେନ ଅଫ ଦ ମ୍ୟାଚ ଜୟନ୍ତ ମାଝୀଙ୍କୁ ଅତିଥିଗଣ ସମ୍ମାନିତ କରିଥିଲେ । ଶେଷରେ ଜିତେନ୍ଦ୍ର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.