csstore

ଗେଟ୍‌ ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କଲେ, ଫେବୃଆରୀ ୫ରେ ହେବ ପରୀକ୍ଷା

ନୂଆଦିଲ୍ଲୀ : କୋଭିଡ -୧୯ ସହ ଜଡିତ ପ୍ରତିବନ୍ଧକ ହେତୁ ଫେବୃଆରୀ ୫ରେ ହେବାକୁ ଥିବା ଇଞ୍ଜିନିୟରିଂ ପରୀକ୍ଷାରେ ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ (ଗେଟ୍‌ ୨୦୨୨)କୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରି ଦେଇଛନ୍ତି । ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ଏକ ବେଞ୍ଚ କହିଛନ୍ତି ଯେ, ନିର୍ଦ୍ଧାରିତ ପରୀକ୍ଷାର ୪୮ ଘଣ୍ଟା ପୂର୍ବରୁ ଗେଟ୍‌ ପରୀକ୍ଷାକୁ ସ୍ଥଗିତ ରଖିବା ଦ୍ୱାରା ବିଶୃଙ୍ଖଳା ଏବଂ ଅନିଶ୍ଚିତତା ଦେଖାଦେବ ଏବଂ ଯେଉଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତି କରିଛନ୍ତି ସେମାନଙ୍କ ଭବିଷ୍ୟତ ସହିତ ଖେଳିବା ଗ୍ରହଣଯୋଗ୍ୟ ନୁହେଁ ।

jayashree
Leave A Reply

Your email address will not be published.