ପର୍ଲିମାଲ ଗ୍ରାମରେ ବାଲ୍ୟ ବିବାହକୁ ବନ୍ଦ କଲା ବଲାଙ୍ଗିର ଚାଇଲ୍ଡ ଲାଇନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପର୍ଲିମାଲ ଗ୍ରାମରେ ଜଣେ ନାବାଳିକା ଝିଅକୁ ତା’ର ପିତାମାତା ସର୍ଗିଗୁଡା ଗାଁର ଜଣେ ବରପାତ୍ର ସହ ବିବାହ କରାଇବାକୁ ଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ବଲାଙ୍ଗିର ୟୁଥ୍‌ ଫର୍‌ ଚିଲ୍ଡଡ୍ରେନ୍‌ ଗାଁରେ ପହଂଚି ବେଆଇନ ବାହାଘରକୁ ରୋକିବା ସହ ସରକାର ଦ୍ୱାରା ଘୋଷିତ ବିବାହ ବୟସ ପୂର୍ବରୁ ଝିଅକୁ ବାହା ନ କରିବା ପାଇଁ ଝିଅର ପିତାମାତାଙ୍କୁ ଉପସ୍ଥିତ ଗ୍ରାମବାସୀଙ୍କ ସମ୍ମୁଖରେ ରାଜି କରିଥିଲେ । ଏଥିରେ ସିଡିପିଓ ମୃଣ୍ମୟୀ ଭୋଇ, ଚାଇଲ୍ଡ ଲାଇନର ଟିମ୍‌ ଲିଡର ତ୍ରିଲୋଚନ ନାଗ, ଗୌଡ ସମାଜ ସମ୍ପାଦକ ହରିବୋଲ ନାଗଙ୍କ ସହ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.