mahavir

ଗଞ୍ଜାମ ବ୍ଲକ ବିଜେଡି ସାଂଗଠନିକ ବୈଠକ ଓ ପ୍ରଚାର ଗାଡିର ଶୁଭାରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ବିଜେଡି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଗଞ୍ଜାମ ବ୍ଲକର ସାନ ଗୋପାଳପୁର ସ୍ଥିତ ମଲ୍ଲିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୁଧବାର ଅନୁଷ୍ଠିତ ହେବା ସହ ପ୍ରଚାର ଗାଡିର ଶୁଭାରମ୍ଭ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସଭାପତିତ୍ୱ କରିବା ସହ ପ୍ରଚାର ଗାଡିର ଶୁଭାରମ୍ଭ କରିଥିଲେ । ପୂର୍ବତନ ଉପ ବାଚସ୍ପତି ତଥା ରାଜ୍ୟ କୃଷି ବିପଣିନ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ୧୪ ନମ୍ବର ଜିଲ୍ଲାପରିଷଦ ପ୍ରାର୍ଥିନୀ ସସ୍ମିତା ସ୍ୱାଇଁ, ୧୫ ନମ୍ବର ଜିଲ୍ଲାପରିଷଦ ପ୍ରାର୍ଥୀ ସନାତନ ବେହେରା, ନିର୍ଦ୍ୱନ୍ଦ ସରପଞ୍ଚ କବିତା ସାହୁ, ସମିତିସଭ୍ୟା କବିତା ରେଡ୍ଡି, ବ୍ଲକ ସଭାନେତ୍ରୀ ଟି.ଜୟନ୍ତୀ ପ୍ରମୁଖ ମଞ୍ଚାସୀନ ରହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କାଲ୍ୟାଣକାରୀ ଯୋଜନା ଗୁଡିକୁ ପାଥେୟ କରି ଏବଂ ସମସ୍ତ ବିଜେଡି ନେତୃବୃନ୍ଦ ଓ କର୍ମୀ ଏକତାର ଭାବନା ନେଇ ଉଭୟ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟାଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ସରପଞ୍ଚ ନିରଞ୍ଜନ ରେଡ୍ଡି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍‌ଷ୍ଠ ନେତା ବାନାମ୍ବର ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ୧୪ ଓ ୧୫ ନମ୍ବର ଜୋନର ପ୍ରଚାର ଗାଡିର ବିଧାୟକ ଶ୍ରୀ ବେହେରା ଶୁଭାରମ୍ଭ କରିଥିଲେ । ଗଞ୍ଜାମ ନଗର ଯୁବ ସଭାପତି ତଥା ବ୍ଲକ ପର୍ଯ୍ୟବେକ୍ଷକ ସୁଧିର କୁମାର ପାଢୀ, ଟି.ଚନ୍ଦ୍ର ଶେଖର ରାଓ, ଅଭି ଭୂଷଣ ସାହୁ, ଏଲ.ଗୋପାଳ ରାଓ, ସୁରେଶ କୁମାର ପଣ୍ଡା, ପ୍ରଦୀପ ପାତ୍ର, ସମିତିସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ, ଜିଲ୍ଲା ବିଜେଡି ଉପସଭାପତି ଶିବ ପ୍ରସାଦ ସ୍ୱାଇଁ, ବ୍ଲକ ସମ୍ପାଦକ ଉମା ଜେନା, ଗଞ୍ଜାମ ଏନ୍‌ଏସି ପୂର୍ବତନ ଅଧ୍ୟକ୍ଷା ଉର୍ମିଳା ପଲାଇ, ପୂର୍ବତନ ବ୍ଲକ ସଭାପତି ବନବାସୀ ଖୁଣ୍ଟିଆ, ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି, ଗଞ୍ଜାମ ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଅଶୋକ ମହାପାତ୍ର, ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡ୍ଡି ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେରେ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.