ରାଜ୍ୟରେ ୪ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୩୦୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୩୦୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୫୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୨୦୯୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୯୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୮୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୨, ବାଲେଶ୍ୱରରୁ ୭୬, ବରଗଡରୁ ୩୬, ଭଦ୍ରକରୁ ୭୭, ବଲାଙ୍ଗିରରୁ ୭୬, ବୌଦ୍ଧରୁ ୧୬, କଟକରୁ ୩୨୫, ଦେବଗଡରୁ ୬୯, ଢେଙ୍କାନାଳରୁ ୭୧, ଗଜପତିରୁ ୬୩, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୭୪, ଯାଜପୁରରୁ ୧୪୯, ଝାରସୁଗୁଡାରୁ ୬୯, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୨୪, କେନ୍ଦ୍ରାପଡାରୁ ୪୯, କେଉଁଝରରୁ ୩୯, ଖୋର୍ଦ୍ଧାରୁ ୬୫୨, କୋରାପୁଟରୁ ୪୪, ମାଳକାନଗିରିରୁ ୩୦, ମୟୁରଭଞ୍ଜରୁ ୧୦୯, ନବରଙ୍ଗପୁରରୁ ୮୪, ନୟାଗଡରୁ ୧୧୦, ନୂଆପଡାରୁ ୧୦୬, ପୁରୀରୁ ୪୨, ରାୟଗଡାରୁ ୪୦, ସମ୍ବଲପୁରରୁ ୭୫, ସୁବର୍ଣ୍ଣପୁରରୁ ୩୫, ସୁନ୍ଦରଗଡରୁ ୨୧୬ ଓ ଷ୍ଟେଟ ପୁଲ୍‌ରୁ ୧୨୫ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.