oom

ବିବାଦର ଅନ୍ତ ଘଟିଲା : ବିଦ୍ୟାଳୟର ନାମ ପୂର୍ବବତ୍‌ ରହିବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ୫ ମାସ ପରେ ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଲୀ ବିକାଶ ଭାଙ୍ଗମୁଣ୍ଡା-ବେହେରା ମୁଣ୍ଡାଛକଠାରେ ଥିବା ବିଦ୍ୟାଳୟର ବିବାଦର ଗତକାଲି ଅନ୍ତ ଘଟି ସ୍କୁଲର ଆରମ୍ଭରୁ ଯେଉଁ ନାମ ଗ୍ରାମର ନା ରହି ଆସିଛି ତାହାହିଁ ସବୁ ଦିନ ପାଇଁ ରହିବ ବୋଲି ବିଦ୍ୟାଳୟ ତରଫରୁ ଘୋଷଣା କରି ଗତକାଲି ସ୍କୁଲ ଗେଟରେ ଉଭୟ ଭାଙ୍ଗମୁଣ୍ଡା ଗାଁର ନାକୁ ଯୋଡି ଦିଆଯାଇଛି । ସୂଚନା ଥାଉକି, ଏ ଅଂଚଳର ଜଣାଶୁଣା ସମାଜସେବୀ, ଶିକ୍ଷାପ୍ରେମୀ, ଚାଷୀ ନେତା, ଭୁତପୂର୍ବ ଜିଲ୍ଲା ପରିଷଦ ସଭ୍ୟ ସ୍ବର୍ଗତ ପ୍ରସନ୍ନ କୁମାର ସାହୁ ଅଂଚଳ ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ ସହିତ ଅନେକ ଶିକ୍ଷା ଅନୁଷ୍ଠାନ ଗଢି ତୋଳିଥିଲେ । ଏହି ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଲୀ ବିକାଶ ସ୍କୁଲ ୧୯୮୭ ମସିହାରେ ଶ୍ରୀ ସାହୁଙ୍କ ଉଦ୍ୟମରେ ଅଂଚଳବାସୀଙ୍କ ସହଯୋଗରେ ୩ ବର୍ଷର ପ୍ରଚେଷ୍ଟା ପରେ ଜନ ଶୂନ୍ୟ ପଲ୍ଲୀ ବିକାଶ ଛକଠାରେ ନିଜ ରକ୍ତ ବିନ୍ଦୁ ଦେଇ ୧୯୯୦ ମସିହାରେ ଶିକ୍ଷାର ମନ୍ଦିର ଗଢି ତୋଳିଥିଲେ ଯାହାକି ସମସ୍ତଙ୍କୁ ଚକିତ କରିଦେଇଥିଲା । ଶ୍ରୀ ସାହୁ ସ୍କୁଲ ନା ଦେଇଥିଲେ ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଲୀ ବିକାଶ ଓ ଅଂଚଳବାସୀ ଖୁସି ହୋଇ ପିଲା ଛୁଆଙ୍କୁ ପାଠ ପଢାଇବାର ସୁଯୋଗ ପାଇଥିଲେ । କିନ୍ତୁ ବିଗତ କିଛି ମାସ ହେଲା ସ୍କୁଲ ଗେଟ୍‌ ଭଙ୍ଗା ଓ ଭାଙ୍ଗମୁଣ୍ଡା ଗାଁର ନାମକୁ କାଟିଦେଇଥିବା ଅଭିଯୋଗ କରିଥିଲେ ଭାଙ୍ଗମୁଣ୍ଡା ଗ୍ରାମବାସୀ । ଏହି ଘଟଣାରେ ଅନେକ ବିବାଦ ମଧ୍ୟ ଚାଲିଥିଳା ୫ ମାସ ଧରି ଭାଙ୍ଗମୁଣ୍ଡା ଗ୍ରାମର ଗ୍ରାମବାସୀ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼, ବରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ ସମାଧାନ ପାଇଁ ବହୁ ବାର ନିବେଦନ କରିଥିଲେ । ଅଭିଯୋଗକୁ ଡିଇଓ ଗରୁତ୍ୱ ଦେଇ ଯେପରି ସ୍କୁଲର ଆରମ୍ଭରୁ ନାମ ଓ ଗ୍ରାମ ରହି ଆସିଥିଲା ସବୁଦିନ ପାଇଁ ସେମିତି ରହିବ ବୋଲି କଥା ଦେଇଥିଲେ ଓ ଗତକାଲି କାର୍ଯ୍ୟକାରୀ କରିଛନ୍ତି । ଗେଟରେ ସବୁଦିନ ପାଇଁ ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ, ପଲ୍ଲୀବିକାଶ ଭାଙ୍ଗମୁଣ୍ଡା – ବେହେରା ମୁଣ୍ଡା ଉଭୟ ଗ୍ରାମର ନାମ ଲେଖି ଭାଙ୍ଗମୁଣ୍ଡା ଗାଁର ସ୍କୁଲ ଆରମ୍ଭର ଇତିହାସକୁ ବଞ୍ଚାଇ ଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାଙ୍ଗମୁଣ୍ଡା ଗ୍ରାମବାସୀ ।

jittmm
Leave A Reply

Your email address will not be published.