ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଖଣ୍ଡହତା ପିଇଓ ନିଲମ୍ବିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବରଗଡ଼ ଜିଲା ସରଗରମ ହୋଇପଡ଼ଛି । ତେବେ ଏହି ସମୟରେ ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ଗୋଲାପ ନାଏକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ପାଇ ଜିଲ୍ଲାପାଳ ମୋନିଷା ବାନାର୍ଜୀ ତାଙ୍କୁ ନିଲମ୍ବିତ କରିଛନ୍ତି । ଉପଜିଲାପାଳ ଅଫିସରେ ନିୟମିତ ଉପସ୍ଥାନ ଦେବାକୁ ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.