csstore

କେନ୍ଦୁପତ୍ର କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଡ଼ିଏଫ୍‌ଓଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କ ଆଲୋଚନା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ କେନ୍ଦୁପତ୍ର ଡିଭିଜନରେ ନୂତନ ଭାବେ ଯୋଗଦେଇଥିବା ଡ଼ିଏଫ୍‌ଓଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘର ସୌଜନ୍ୟମୂଳକ ସାକ୍ଷାତକାର ସମୟରେ କେନ୍ଦୁପତ୍ର କର୍ମଚାରୀମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା । ସେଗୁଡିକ ହେଲା ବିଭାଗୀୟ ମୁନସୀ ଚପରାଶିମାନଙ୍କ ତିନି ମାସର ଦରମା, ବନ୍ଧେଇ ରଚେଇ କାର୍ଯ୍ୟରେ ନିୟୋଜିତ ଚେକରମାନଙ୍କୁ ବନ୍ଧେଇ କାର୍ଯ୍ୟ ଶେଷ ହେବା ପର୍ୟ୍ୟନ୍ତ ନିଯୁକ୍ତି ସହିତ ଅତିକମ୍‌ରେ ଦଶ ମାସର ଦରମା ପ୍ରଦାନ, ସର୍କଲ ଚେକରମାନଙ୍କୁ ବାର ମାସର ଦରମା ପ୍ରଦାନ ବ୍ୟବସ୍ଥା, ସଂସ୍ଥାରେ ଗୁଚ୍ଛା କଟା, ପତ୍ର ତୋଳା, ବନ୍ଧେଇଠୁ ଆରମ୍ଭ କରି କେନ୍ଦୁପତ୍ର ମାର୍କେଟିଙ୍ଗ ପର୍ଯ୍ୟନ୍ତ ବର୍ଷ ତମାମ କାର୍ଯ୍ୟରତ ଥିବା ହେଡ଼ ଚେକର ମାନଙ୍କ ଚାକିରି ସ୍ଥାୟୀ କରିବା, କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, କର୍ମଚାରୀଙ୍କ ବୋନସ ପ୍ରଦାନ, ମୃତ ତୋଳାଳୀଙ୍କ ଉତ୍ତରାଧିକାରୀଙ୍କ ବୀମରାଶି ପ୍ରଦାନ, ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଗ୍ରାଚୁଇଟି, ଦରମା, ଭତ୍ତା ପ୍ରଦାନ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ଉତ୍ତରାଧିକାରୀମାନଙ୍କୁ ନିଯୁକ୍ତି, ଖାଲି ପଡ଼ିଥିବା ପଦବୀଗୁଡିକ ପୂରଣ କରିବା, ସିନିଓରିଟି ଭିତ୍ତିରେ ପଦୋନ୍ନତି କରିବା ପାଇଁ ଆଲୋଚନା କରାଯାଇଥିଲା । ଆଲୋଚନାରେ ସଂଘର ସଭାପତି ନିରଞ୍ଜନ ବିଶି, ଉପସଭାପତି ରଘୁମଣି ବାଗ, ସମ୍ପାଦକ ଲଳିତ ମଲ୍ଲିକ, ଯୁଗ୍ମ ସମ୍ପାଦକ ଭୀଷ୍ମ ମଲ୍ଲିକ୍, ସଂଗଠନ ସମ୍ପାଦକ ବାଲମକୁନ୍ଦ କୂଅଁର, କୋଷାଧ୍ୟକ୍ଷ ପାଣ୍ଡବ ଭୁଏ ଏବଂ ଯଦୁମଣି ଭୋଇ, ତ୍ରିନାଥ ସାହୁ, ରଘୁନାଥ ମଲ୍ଲିକ, ପଞ୍ଚାନନ ଧରୁଆ, ମାଣିକ ଭୁଏ
ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.