pakka

ଓକେସିଏଲ୍ ଗଞ୍ଜାମ ଓ ଗଜପତି ଜିଲ୍ଲାସ୍ତରୀୟ ବୈଠକ

bbehera

ପ୍ରମୁଖ ବିଶ୍ଵବିଦ୍ୟାଳୟ ସ୍ୱୀକୃତ କମ୍ପ୍ୟୁଟର ପାଠ୍ୟକ୍ରମଗୁଡିକ ସମ୍ବନ୍ଧରେ ଆଲୋଚନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଓ ଗଜପତି ଜିଲ୍ଲାର ଶିକ୍ଷିତ ଯୁବ ସମାଜକୁ ଉପଯୁକ୍ତ ଓ ଯୁଗୋପଯୋଗୀ ବୈଷୟିକ ଜ୍ଞାନ କୌଶଳ ଓ ପ୍ରଶିକ୍ଷଣ ପ୍ରଦାନ କରି ସ୍ୱାବଲମ୍ବୀ କରିବା ଓକେସିଏଲର ଲକ୍ଷ୍ୟ ଓ ସମସ୍ତ ଅଧିକୃତ କେନ୍ଦ୍ର ଗୁଡିକ ସେ ଦିଗରେ ଉଦ୍ୟମ କରିବା ପାଇଁ ଓକେସିଏଲର ମୁଖ୍ୟ ଡକ୍ଟର ମନୋରଞ୍ଜନ ପୁଥଳ ଆହ୍ବାନ ଦେଇଛନ୍ତି । ଛତ୍ରପୁର ସ୍ଥିତ ରୋଟାରୀ କ୍ଲବ ପରିସରରେ ଆୟୋଜିତ ଅଧିକୃତ କେନ୍ଦ୍ରମାନଙ୍କ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ପୁଥଳ ଉପରୋକ୍ତ ଆହ୍ବାନ ଦେବା ସହ ଓକେସିଏଲ ପକ୍ଷରୁ ଆଗାମୀ ଦିନରେ ଅଣାଯାଉଥିବା ବିଭିନ୍ନ ବିଶ୍ଵବିଦ୍ୟାଳୟ ସ୍ବୀକୃତ କମ୍ପ୍ୟୁଟର ପାଠ୍ୟକ୍ରମ ଗୁଡିକ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଓକେସିଏଲର ଗଞ୍ଜାମ ଜିଲ୍ଲା ମୁଖ୍ୟ ଏସ୍. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ଉନ୍ନତ ପ୍ରଦର୍ଶନ ପାଇଁ ଦିଗପହଣ୍ଡିର ଆଡଭାନ୍ସ କମ୍ପ୍ୟୁଟରକୁ ପ୍ରଥମ, ଚିକିଟି ପେଣ୍ଠ ସ୍ଥିତ ହ୍ୟାପି ୱାର୍ଲଡକୁ ୨ୟ ଓ ଶେରଗଡର କେନସଫ୍ଟ କମ୍ପ୍ୟୁଟରକୁ ୩ୟ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବେଗୁନିଆପଡାର ଓସିଏକୁ ପଦାର୍ପଣ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମ୍ମାନୀତ କରାଯାଇଥିଲା । ଗଞ୍ଜାମ ଓ ଗଜପତିର ୫୨ଟି ଅଧିକୃତ ଓକେସିଏଲ୍‌ର କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × 5 =