lika

ସ୍ୱରବ୍ରହ୍ମ ସଂଗୀତ ଏକାଡେମୀ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

gbag

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଝିରପାଣିଠାରେ ସ୍ୱରବ୍ରହ୍ମ ସଂଗୀତ ଏକାଡେମୀ ତରଫରୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶାତ୍ମବୋଧ ସଂଗୀତ ସଂନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁ ଶ୍ରୀ ନରସିଂହ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବେଣୁଧର ନନ୍ଦ ଓ ସୁଶାନ୍ତ ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଅନନ୍ୟା ପାଢୀ, ଈଶ୍ବରୀ ମହାରଣା, ଏ ଆର ରତ୍ନାବଳୀ ପଣ୍ଡା, ଅଶୋକ ପଟେଲ, ଜୋସ୍ନା ନନ୍ଦ, ଜନ୍ମଞ୍ଜୟ ପାଣି, ସିଦ୍ଧାର୍ଥ ପଣ୍ଡା, ଦୀପାଞ୍ଜଳୀ ହୋତା, ଚାରୁବାଳା ମିଶ୍ର, ଚିତ୍ରାଙ୍ଗଦା ପଣ୍ଡା, ହରପ୍ରିୟା ଦାସ, ଉର୍ମିଲା ନନ୍ଦ, ସୋନାଲିକା ପଣ୍ଡା ପ୍ରମୁଖ ସଂଗୀତ ପରିବେଷଣ କରିଥିବା ବେଳେ ବାଦ୍ୟ ଯନ୍ତ୍ରରେ ଗୁରୁ ବିଭୁତି ପତି, ଗୁରୁ ଦୁଃଖିଶ୍ୟାମ ସାହୁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଜ୍ଜ୍ଵଳିତ ଦଳାଇ, ଶୁତଶ୍ରୀ ପଣ୍ଡା ଓ ଗୌରୀ ପ୍ରମୁଖ ସଂଯୋଜନା କରିଥିଲେ ।

sandip
Leave A Reply

Your email address will not be published.