oom

ଗଞ୍ଜାମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ସାମାରୋହ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥ ରିଜର୍ଭ ପୋଲିସ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ସମ୍ମାନୀୟ ମୁଖ୍ୟ ଅତିଥି ମିଶନ ଶକ୍ତି ତଥା ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ସମବେତ ଜନତାଙ୍କୁ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ । ସୁନ୍ଦର ସବୁଜିମା ଭରା ଏବଂ ଐତିହ ଓ ସାଂସ୍କୃତିକ ବିଦ୍ଭବ ଗଞ୍ଜାମ ମାଟିର ବୀର ସନ୍ତାନମାନଙ୍କ ଗୌରବର ଗାଥାକୁ ପ୍ରତିପାଦନ କରି ଜିଲ୍ଲାର ଦର୍ଶନୀୟ ଓ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଉପରେ ଖୁବ ପ୍ରଶଂନୀୟ ବାର୍ତ୍ତାଦେଇ ତାତ୍ତ୍ଵିକ ବ୍ୟକ୍ତ କରିଥିଲେ । କୋରନାର ତୃତୀୟ ଲହରରେ ବାକି ରହିଯାଇଥିବା ଅନ୍ୟ କିଛି ବ୍ୟକ୍ତି ବିଶେଷଙ୍କ ସହ କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିଥିବା ବହୁ ପଦାଧିକାରୀଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ତ୍ୱ ହାସଲ କରିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀମତୀ ସାହୁ ପୁରସ୍କୃତ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ, ଛତ୍ରପୁର ବିଧାୟକ ସୁବାସଚନ୍ଦ୍ର ବେହେରା ପ୍ରମୁଖ ବହୁଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋରନା କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।

jittmm
Leave A Reply

Your email address will not be published.