oom

ପାର୍ବତୀ ଗିରି ବୃଦ୍ଧାଶ୍ରମରେ ସାଧାରଣତନ୍ତ୍ର ଦିବସ ପାଳନ କଲା ସଂକଳ୍ପ ପରିବାର

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ସଂକଳ୍ପ ପରିବାର ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା । ଦେଶମାତୃକା ପାଇଁ ନିଜ ସର୍ବୋଚ୍ଚ ବଳିଦାନ ଦେଇଥିବା ତଥା ସମାଜ ସେବାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ମହିୟଷୀ ମହିଳା ପାର୍ବତୀ ଗିରିଙ୍କ ଜନ୍ମ ମାଟି ସମଲାଇପଦର ସ୍ଥିତ ପାର୍ବତୀ ଗିରି ବୃଦ୍ଧାଶ୍ରମରେ ଆଜି ସଂକଳ୍ପ ପରିବାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାର ସୌଭାଗ୍ୟ ପାଇଥିଲା । ସଂକଳ୍ପ ପରିବାର ତରଫରୁ ବିକାଶ ଅଗ୍ରୱାଲ ପତାକା ଉତ୍ତୋଳନ କରିଥିଲେ । ଏହି ସୁଅବସରରେ ଆଶ୍ରମ ପରିଚାଳକ ଜଳନ୍ଧର ପଟେଲ ସାର, ପରିଚାଳନା କମିଟି, ଗ୍ରାମର ଭଦ୍ରବ୍ୟକ୍ତି, ଆଶ୍ରମର ସମସ୍ତ ଅନ୍ତେବାସୀ ତଥା ସଂକଳ୍ପ ପରିବାରର ସଦସ୍ୟ ଜି.ରମେଶ, ନିଧାନ ଦନ୍ତା, ଲିଙ୍ଗରାଜ ସାହୁ, ନିଲେଶ ପଧାନ, ବିକାଶ ଭୋଇ, ମନୀଷା ଗୁପ୍ତା ସମେତ ଅନେକ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ । ଶେଷରେ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ ବଣ୍ଟନ କରାଯାଇ ହର୍ଷ ଏବଂ ଉଲ୍ଲାସର ସହ ରାଷ୍ଟ୍ରୀୟ ପର୍ବକୁ ପାଳନ କରାଯାଇଥିଲା ।

jittmm
Leave A Reply

Your email address will not be published.