୬୬ ବର୍ଷୀୟ ବ୍ୟକ୍ତି ବିଶ୍ୱ ରେକର୍ଡ କଲେ : ହାତ ଓ ପାଦ ବାନ୍ଧି ଆରବ ସାଗରରେ ୫ ଘଣ୍ଟା ଧରି ପହଁରିଲେ

ଉଦୁପି(କର୍ଣ୍ଣାଟକ) : ଜଣେ ୬୬ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଏପରି କିଛି କରିଛନ୍ତି, ଯାହା ଜଣେ ଯୁବକ ମଧ୍ୟ କଳ୍ପନା କରି ପାରିବ ନାହିଁ । ହାତ ଏବଂ ପାଦ ବନ୍ଧା ହୋଇଥିବା ବେଳେ ଆରବ ସାଗରକୁ ଡେଇଁଛନ୍ତି । ଏଭଳି ଅବସ୍ଥାରେ ସେ ୫ ଘଣ୍ଟା କାଳ କ୍ରମାଗତ ଭାବରେ ପହଁରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । କର୍ଣ୍ଣାଟକର ଉଦୁପି ସହରରୁ ଏଭଳି ଚିତ୍ର ସାମ୍‌ନାକୁ ଆସିଛି, ଯାହା ଭାରତବାସୀଙ୍କୁ ଚକିତ କରିଦେଇଛି । ୬୬ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଆରବ ସାଗରରେ ହାତ ଏବଂ ପାଦ ବନ୍ଧା ହୋଇଥିବା ବେଳେ ପହଁରୁଛନ୍ତି । କର୍ଣ୍ଣାଟକର ଉଦୁପି ସହରର ଗଙ୍ଗାଧର ହାତ ଏବଂ ପାଦ ବନ୍ଧା ହୋଇଥିବା ବେଳେ ଆରବ ସାଗରରେ ପହଁରି ପହଁରି ପ୍ରାୟ ସାଢେ ତିନି କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି । ତେବେ ସୂଚନା ଅନୁସାରେ ଗତ ୨୪ ତାରିଖ ଦିନ ଗଙ୍ଗାଧର ଏହି ଚମତ୍‌କାରିତା ପ୍ରଦର୍ଶନ କରିଛନ୍ତି ।

Leave A Reply

Your email address will not be published.