ନବରଙ୍ଗରପୁରର ଝିଅ ବନିତା ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଁ ମନୋନୀତ

ନବରଙ୍ଗରପୁର : ନବରଙ୍ଗରପୁରର ଝିଅ ବନିତା କୁମାର ଦାଶ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସୂଚନା ଅନୁସାରେ ଗୋଟିଏ ଗ୍ରହାଣୁ ସନ୍ଧାନ ପାଇଁ ବନିତାଙ୍କୁ ଏହି ପୁରସ୍କାର ପ୍ରଦାନ ଲାଗି ମନୋନୀତ ହୋଇଥିବା ସୂଚନା ମିଳିଛି । ନବରଙ୍ଗପୁର ସହରର ଗାଦବଗୁଡ଼ା ସାହିର ବନବିହାରୀ ଦାଶ ମହାପାତ୍ର ଓ ତୃପ୍ତିରାଣୀ ଦାଶ ମହାପାତ୍ରଙ୍କ ବଡ଼ ଝିଅ ବନିତା । ବନିତା ମହାକାଶ ଗବେଷଣାରେ ଏହି ସଫଳତା ହାସଲ କରି ନବରଙ୍ଗରପୁର, ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ୨୦୨୨ ବର୍ଷ ପାଇଁ ଦେଶରେ ୨୯ଜଣ ପିଲା ଏହି ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି । ଓଡ଼ିଶା ପାଇଁ ଖୁସି ଓ ଗର୍ବର ବିଷୟ ଏହି ପ୍ରତିଭାଙ୍କ ମଧ୍ୟରେ ୧୬ ବର୍ଷୀୟା ବନିତା ରହିଛନ୍ତି । ଏବେ ସେ ମଧ୍ୟପ୍ରଦେଶ ଅନୁପୁରସ୍ଥିତ ଅମରକଣ୍ଟକ ଜବାହାର ନବୋଦୟ ବିଦ୍ୟାଳୟରେ ପଢ଼ୁଛନ୍ତି ।

Leave A Reply

Your email address will not be published.