ସରପଞ୍ଚ ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସମାଜସେବୀ ପଦ୍ମନାଭ ଜଗତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପାଇଁ ଗୋବିନ୍ଦପୁର ଗ୍ରାମର ସମାଜସେବୀ ପଦ୍ମନାଭ ଜଗତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ଜଗତ ବ୍ଲକ ତଥା ନୂଆପଡ଼ା ଜିଲ୍ଲାର ଜଣାସୁଣା ସମାଜସେବୀ ଭାବେ ଜିଲ୍ଲାରେ ପରିଚିତ ହୋଇ ସଦାସର୍ବଦା ନିଜ ସେବା ତୁଳାଇ ଆସୁଛନ୍ତି । ଆଜି ଗ୍ରାମ ଦେବୀଙ୍କ ଆଶୀର୍ବାଦ ନେବା ସହିତ ଗ୍ରାମର ଭଦ୍ର ବ୍ୟକ୍ତି ବୁଦ୍ଧିଜୀବିଙ୍କ ପରାମର୍ଶ ଓ ଆଶୀର୍ବାଦ ନେଇ ସରପଞ୍ଚରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଟିମନପୁର ପଞ୍ଚାୟତର ବିଭିନ୍ନ ସମସ୍ୟା ରହିଥିବା ବେଳେ ପଞ୍ଚାୟତର ଅନେକ ଗ୍ରାମବାସୀଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା କରିବା ସମେତ ସବୁ ସମୟରେ ଲୋକଙ୍କ ସହ ଯୋଡ଼ି ହୋଇ ରହିବି ଏବଂ ବିକାଶ ମାର୍ଗରେ କାର୍ଯ୍ୟ କରିବି ବୋଲି ମତ ପ୍ରକାଶ କରିଛନ୍ତି ସମାଜସେବୀ ପଦ୍ମନାଭ ଜଗତ ।

jittmm
Leave A Reply

Your email address will not be published.