csstore

ବୌଦ୍ଧ ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପକ୍ଷରୁ ଆଜି ପ୍ରାର୍ଥୀ ପତ୍ର ଦାଖଲ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାର ୯ ଗୋଟି ଜିଲ୍ଲା ପରିଷଦ ଜୋନ ପାଇଁ ଆଜି ବିଜେଡି ପକ୍ଷରୁ ତାର ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀ କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ଜୋନ ନମ୍ବର ୧ରୁ ଶ୍ରୀମତୀ ସୁମିତ୍ରା ସାହୁ, ଜୋନ ନମ୍ବର ୨ରୁ ପୁନର୍ବାର ପ୍ରାର୍ଥୀ ଭାବେ ମମତା ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ୦୩ ନମ୍ବର ଜିଲ୍ଲା ପରିଷଦ ଜୋନ ପାଇଁ ବରିଷ୍ଟ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଓ ୪ ନମ୍ବର ଜୋନରୁ ବୟଜନ୍ତି ପ୍ରଧାନ, ଜୋନ ନମ୍ବର ୫ ପାଇଁ ଉର୍ମିଳା ଝଙ୍କାର ଓ ଜୋନ ନମ୍ବର ୬ ପାଇଁ କଳ୍ପନାରାଣୀ ସାହୁ, ଜୋନ ନମ୍ବର ୭ ପାଇଁ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ଓ ଜୋନ ନମ୍ବର ୮ ପାଇଁ ତାରମଣି ପ୍ରଧାନ, ଜୋନ ନମ୍ବର ୯ ପାଇଁ ପ୍ରଭାସିନୀ ଦାସ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.