ବ୍ଳକ କାର୍ଯ୍ୟାଳୟରେ ସଇଁନ୍ତଲା ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷା ମୋନିକା ସିଂ ଭୋଇ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନରେ ବ୍ଳକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଏବେ କଂଗ୍ରେସ, ବିଜେପି ଓ ବିଜେଡି ଦଳ ମଧ୍ୟରେ ଜୋର୍‌ ସୋର୍‌ ଉଦ୍ୟମ ଜାରି ରହିଛି । ଲଗାତାର ଭାବେ କଂଗ୍ରେସ ଦଳ ବ୍ଳକ ଅଧ୍ୟକ୍ଷ ପଦରେ ଥିବା ବେଳେ ଚଳିତ ବର୍ଷ କାହା ଭାଗ୍ୟରେ ବ୍ଳକ ଅଧ୍ୟକ୍ଷ ପଦ ରହିବ ତାହା ଭୋଟ ଗଣତି ପରେ ହିଁ ଜଣାପଡିବ । ତେବେ ଗତ ୩ ଥର ପାଇଁ ବ୍ଳକ ଅଧ୍ୟକ୍ଷା ଭାବେ ମୋନିକା ସିଂ ଭୋଇ ଦାୟିତ୍ୱରେ ରହିଥିଲେ । ତେବେ ଆଜି ପୁଣି ଥରେ ସଇଁନ୍ତଲା ସମିତି ସଭ୍ୟା ଆସନ ପାଇଁ ବ୍ଳକ କାର୍ଯ୍ୟାଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓ ଚଳିତ ବର୍ଷ ମଧ୍ୟ କଂଗ୍ରେସ ଦଳ ନିଶ୍ଚିତ ଭାବରେ ବ୍ଳକ ଅଧ୍ୟକ୍ଷ ପଦ ହାସଲ କରିବ ବୋଲି କହିଛନ୍ତି । ଅନ୍ୟପଟେ ବିବିନା ପଞ୍ଚାୟତ ସମିତି ସଭ୍ୟା ପାଇଁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ପୁତ୍ର ସିମ୍ରନ ସିଂ ଭୋଇ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Leave A Reply

Your email address will not be published.