ଯୁବତୀଙ୍କୁ ମହିଳା ଜଣକ ଚାକିରି ପାଇଁ ଜଣେ ଯୁବକଙ୍କ ପାଖକୁ ପଠାଇଲେ : ଯୁବକର ଦୁଷ୍କର୍ମର ଶିକାର ହେଲେ ଯୁବତୀ

ଯମୁନାନଗର : ହରିୟାଣାର ଯମୁନାନଗର ସହରର ଜଣେ ଯୁବତୀଙ୍କୁ ବଳାତ୍କାର କରିବା, ଅଶ୍ଳୀଳ ଭିଡିଓ ରେକର୍ଡିଂ କରିବା ସହ ଧମକ ଦେଉଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି । ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ଅନୁସାରେ ଜଣେ ଯୁବତୀଙ୍କୁ ଜଣେ ମହିଳା ଜଣେ ଯୁବକ ନିକଟକୁ ପଠାଇଥିଲେ । ଚାକିରିର ବାହାନା ଦେଖାଇ ଯୁବକ ଜଣକ ଯୁବତୀଙ୍କୁ ବଳାତ୍କାର କରିବା ସହ ଅଶ୍ଳୀଳ ଭିଡିଓ ରେକର୍ଡ କରିଥିଲେ । ତା’ପରେ ସେହି ଭିଡିଓଗୁଡ଼ିକ ମାଧ୍ୟମରେ ସେ ତାଙ୍କୁ ବ୍ଲାକ୍‌ ମେଲିଂ କରିବା ଆରମ୍ଭ କରି ଦେଇଥିଲା । ପୀଡିତାଙ୍କ ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତ ମହିଳା ଏବଂ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପୀଡିତା ଯୁବତୀ ତାଙ୍କ ଅଭିଯୋଗ ସହ ମହିଳା ପୋଲିସ ଷ୍ଟେସନରେ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ସହ ତାଙ୍କର ବିବାଦ ଲାଗି ରହିଛି । ସେ ପୁଅକୁ ନେଇ ଏକୁଟିଆ ରହୁଛନ୍ତି । ଏଣୁ ସେ ଚାକିରୀ ଅନ୍ୱେଷଣରେ ରହିଛନ୍ତି ।

Leave A Reply

Your email address will not be published.