pr

ଏଟିଏମ୍‌ ଲୁଟ୍‌ ବେଳେ କାବୁ କଲା ପୋଲିସ

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଟିଏମ୍‌ ଲୁଟ୍‌ ଉଦ୍ୟମ କରୁଥିବା ବେଳେ ଦୁଇ ଅଭିଯୁକ୍ତ ଧରାପଡିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଶିରିପୁର ଛକ ନିକଟରେ ଥିବା ଏଟିଏମ୍‌ ମେସିନ୍‌ରୁ ପଇସା କାଢିବା ପାଇଁ ଗ୍ୟାସ କଟରରେ ଏଟିଏମ୍‌କୁ କାଟୁଥିବା ବେଳେ ସେଥିରେ ନିଆଁ ଲାଗି ଯାଇଥିଲା ଠିକ୍‌ ଏତିକି ବେଳେ ରାସ୍ତାରେ ଯାଉଥିବା ଲୋକେ ଲାଗିଥିବା ନିଆଁକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଦୁଇଜଣଙ୍କୁ କାବୁ କରିବାରେ ସଫଳତା ହାସଲ କରିଥିଲା । ଲୁଟେରାଙ୍କ ଠାରୁ ଏକ ଗ୍ୟାସ କଟର ଜବତ ହୋଇଥିବା ଜଣାପଡିଛି ।

nrusinghnath
Leave A Reply

Your email address will not be published.