ରାଜ୍ୟରେ ଗତ ୨୪ ଘଂଟାରେ ୧୧ ହଜାର ୧୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ୩୪୨୪ ଓ ସୁନ୍ଦରଗଡରୁ ୨୧୩୬

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧ ହଜାର ୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦୧୬ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୯୭୬୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୪୭୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୬୯୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩୨, ବାଲେଶ୍ୱରରୁ ୩୪୨, ବରଗଡରୁ ୧୨୩, ଭଦ୍ରକରୁ ୯୨, ବଲାଙ୍ଗିରରୁ ୩୧୨, ବୌଦ୍ଧରୁ ୭୧, କଟକରୁ ୮୨୯, ଦେବଗଡରୁ ୨୫, ଢେଙ୍କାନାଳରୁ ୬୫, ଗଜପତିରୁ ୭୩, ଗଞ୍ଜାମରୁ ୧୦୮, ଜଗତସିଂହପୁରରୁ ୧୬୪, ଯାଜପୁରରୁ ୧୭୯, ଝାରସୁଗୁଡାରୁ ୧୯୩, କଳାହାଣ୍ଡିରୁ ୧୭୩, କନ୍ଧମାଳରୁ ୪୭, କେନ୍ଦ୍ରାପଡାରୁ ୭୧, କେଉଁଝରରୁ ୬୯, ଖୋର୍ଦ୍ଧାରୁ ୩୪୨୪, କୋରାପୁଟରୁ ୧୫୨, ମାଳକାନଗିରିରୁ ୪୯, ମୟୁରଭଞ୍ଜରୁ ୨୭୬, ନବରଙ୍ଗପୁରରୁ ୧୫୫, ନୟାଗଡରୁ ୧୫୯, ନୂଆପଡାରୁ ୭୯, ପୁରୀରୁ ୧୪୧, ରାୟଗଡାରୁ ୧୮୪, ସମ୍ବଲପୁରରୁ ୩୭୯, ସୁବର୍ଣ୍ଣପୁରରୁ ୨୩୮, ସୁନ୍ଦରଗଡରୁ ୨୧୩୬ ଓ ଷ୍ଟେଟ ପୁଲ୍‌ରୁ ୭୩୭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.