oom

ମନ୍ତ୍ରୀ ଟୁକୁନିଙ୍କ ପୋଷ୍ୟ ସ୍କୁଲକୁ ଭଲ ରାସ୍ତାଟିଏ ନାହିଁ : ପଞ୍ଚାୟତ ନିର୍ବାଚନରେ ଜବାବ ଦେବେ ଜନତା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗାଁ ଓ ସହରର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିକାଶ ପାଇଁ ସ୍ଥାନୀୟ ଓଡିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଅଣଦେଖା କରୁଥିବା ନେଇ ସାଧାରଣରେ ଆଲୋଚନ ହେଇଛି । ସୂଚନା ମତେ, ବ୍ଳକ ଛକ ଠାରୁ ମନ୍ତ୍ରୀ ଟୁକୁନି ସାହୁଙ୍କ ଗ୍ରହଣ କରିଥିବା ଅନୁସୂଚିତ ଜନଜାତି ପୋଷ୍ୟ ସ୍କୁଲକୁ ଭଲ ରାସ୍ତା ନ ଥିବା ବେଳେ ମନ୍ତ୍ରୀ କେତେ ବିକାଶ କରିଛନ୍ତି, ତାହା ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି ବୋଲି ଲୋକେ କହିଛନ୍‌ନ୍ତି। ପ୍ରତ୍ୟେକ ଦିନ ଏହି ରାସ୍ତା ଉପରେ ପଡ଼ୁଥିବା ବିଡିଓ କାର୍ୟ୍ୟାଳୟ, ବ୍ଳକ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ, ଡାକ୍ତରଖାନା, କୃଷି ଅଧିକାରୀ କାର୍ୟ୍ୟାଳୟ ଭଳି ଅନେକ କାର୍ୟ୍ୟାଳୟ ରହିଛି । ହେଲେ ଏହି ରାସ୍‌ସ୍ତା ଉପରେ କାହାର ଦୃଷ୍ଟି ପଡୁନାହିଁ, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ରାଜନୈତିକ ଦଳ ମଧ୍ୟରେ ଭୋଟ ହାତେଇବା ପାଇଁ ପ୍ରସାର ପ୍ରଚାର ଆରମ୍ଭ ହେଲାଣି । କିନ୍ତୁ ବାସ୍ତବରେ ଯଦି ହଜାର ହଜାର ଲୋକେ ନିର୍ଭର କରୁଥିବା ରାସ୍ତା ଉପରେ ମନ୍ତ୍ରୀ ଆଖି ବୁଜିଦେଇଥିବା ବେଳେ ପଞ୍ଚାୟତ ନିର୍ବାଚନରେ ଲୋକେ ଉଚିତ ଜବାବ ଦେବେ ବୋଲି ସାଧାରଣରେ ଆଲୋଚନା ହେଉଛି । ଦୁଃଖର ବିଷୟ ଯେ, ଶୋଚନୀୟ ଅବସ୍ଥାରେ ରାସ୍ତା ପଡ଼ି ରହିଥିବା ବେଳେ ଲୋକେ ଦୁର୍ଘଟଣା ଘଟିବା ମଧ୍ୟ ଆଶଙ୍କା ମଧ୍ୟ ରହିଛି । ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାସ୍ତା ମରାମତି କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.