oom

ରାଜ୍ୟରେ ୧୦୭ ପୈାର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶିତ

jsmm

ଭୁବନେଶ୍ୱର : ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯିବା ସହିତ ଏହା ଉପରେ କାହାର ଯଦି କୌଣସି ଆପତ୍ତି ଅଭିଯୋଗ ରହିଥାଏ ତେବେ ସେ ସମ୍ପର୍କରେ ୧୫ ଦିନ ମଧ୍ୟରେ ଜଣାଇବାକୁ ସମୟ ଦିଆଯାଇଛି । ଏହାପରେ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ ବୋଲି କୁହାଯାଇଛି । ୧୦୭ ପୌରାଧ୍ୟକ୍ଷ ପଦ ମଧ୍ୟରୁ ୯ଟି ପଦ ଅନୁସୂଚିତ ଜାତିର ମହିଳା, ୪୦ ଜଣ ମହିଳା, ୮ଟି ପଦ ଅନୁସୂଚିତ ଜାତି, ୫ଟି ଅନୁସୂଚିତ ଜନଜାତି ମହିଳା, ୩ଟି ଅନୁସୂଚିତ ଜନଜାତି, ୧୭ଟି ପଦ ଅସଂରକ୍ଷିତ ରଖାଯାଇଥିବାବେଳେ ୨୫ଟି ପଦ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।

jittmm
Leave A Reply

Your email address will not be published.