csstore

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମକର ମିଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମକର ମିଳନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ କବି ଓ କଳାକାର ଯୋଗ ଦେଇ ସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ । ମକର ସ୍ନେହ, ସୌହାର୍ଦ୍ଦ୍ୟ ସଂପ୍ରୀତିର ପର୍ବ । ଓଡିଶା ଜନ ଜୀବନରେ ମକର ପର୍ବର ସ୍ୱତନ୍ତ ଭୂମିକା ରହିଛି । ମକର ସ୍ନେହ ସୌହାର୍ଦ୍ଦ୍ୟ ସଂପ୍ରୀତି ଓ ଭାଇଚାରାର ପର୍ବ । ପୌରାଣିକ ଆଧ୍ୟାତ୍ମିକ ଐତିହାସିକ ପୁଷ୍ଟଭୂମି ଉପରେ ଆଧାରିତ ଏହି ପର୍ବର ସାମାଜିକ ମହତ୍ବ ଏହି ପର୍ବକୁ ଲୋକାଭିମୁଖୀ କରି ପାରିଛି । ବ୍ୟକ୍ତି ଜୀବନର ସମସ୍ତ ଜଡ଼ତା ଦୂରକରି ଏହି ପର୍ବ ସମାଜର ଜୀବନ ଶୈଳୀକୁ ଶୃଙ୍ଖଳିତ କରିଥାଏ ବୋଲି ମତପ୍ରକାଶ କରିଥିଲେ । ସାହିତ୍ୟ ଘରର ବରିଷ୍ଠ ସଦସ୍ୟ କବି ମନୋରଞ୍ଜନ ମେହେରଙ୍କ ସଭାପତିତ୍ବ ଓ ଡ଼ଃ ରବିନାରାୟଣ ସାହୁଙ୍କ ସଂଯୋଜନାରେ ବିଶିଷ୍ଟ ଆଲୋଚକ ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର, ସାମ୍ବାଦିକ ବାଲାଜି ବିଭୁପ୍ରସାଦ ତରାସିଆ ଓ ପଶ୍ଚିମ ଓଡିଶା କଳାକାର ମହାସଂଘର ଅଧ୍ୟକ୍ଷ ଚୈତନ୍ୟ ପାଇକ ପ୍ରମୁଖ ଯୋଗ ଦେଇ ମକର ପର୍ବ ସ୍ନେହ ସଂପ୍ରୀତି ଓ ଭାଇଚାରାର ପର୍ବ ବୋଲି ଉଲ୍ଲେଖ କରି ଏହି ପର୍ବର ପୌରାଣିକ ଆଧ୍ୟାତ୍ମିକ ଓ ଐତିହାସିକ ପୁଷ୍ଟ ଭୂମି କିପରି ଜନ ଜୀବନକୁ ଶୃଙ୍ଖଳିତ କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ବରିଷ୍ଠ ସଭ୍ୟ ସୁବାସ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ କବି ଦୟାନିଧି ମହାପାତ୍ର, ପ୍ରମୋଦ ଦାଶ ପାର୍ବତୀ ଦାଶ ଷଡ଼ଙ୍ଗୀ, ରାଧାରାଣୀ ପଟ୍ଟନାୟକ, ଡ଼ଃ ଡୋଳାମଣି ଶତପଥୀ, ପଞ୍ଚାନନ ମହାପାତ୍ର, ତରଣୀ ସେନ ଗୁରୁ, ଦାମୋଦର ସାହୁ, ତିଳକ ରାମ ପ୍ରଧାନ, ଡ଼ଃ ରବିନାରାୟଣ ସାହୁ, ମନୋରଞ୍ଜନ ମେହେର, ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ସମ୍ପାଦକ ଗୋପବନ୍ଧୁ ପୁରୋହିତ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ଓ ଉଦ୍‌ଯାପନୀ ସଙ୍ଗୀତ ପ୍ରମୋଦ ଦାଶ ଓ ପାର୍ବତୀ ଦାଶ୍ ଷଡ଼ଙ୍ଗୀ ଗାନ କରିଥିଲେ ।

jayashree
Leave A Reply

Your email address will not be published.