csstore

ଶିଶୁ ବିକାଶ କେନ୍ଦ୍ର ପ୍ରତିଷ୍ଠାତା ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଟିକ୍ରାପଡା ଜଗନ୍ନାଥ ମନ୍ଦିରଠାରେ ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ପ୍ରତିଷ୍ଠାତା ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ବଳିଷ୍ଠ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସଭାପତି ମଦନ ମୋହନ ରଥ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତି ଚାରଣ କରିବା ସହିତ ସେ ଛାଡି ଯାଇଥିବା ଅଧୁରା କାମ ତଥା ଶିଶୁମାନଙ୍କ ବୌଧିକ ବିକାଶ ଦିଗରେ ଶିଶୁ ବିକାଶ କେନ୍ଦ୍ରର ଉଦ୍ୟମ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଗୀତିକାର ହୃଷିକେଶ ପୁରୋହିତ, ଦୁର୍ଗାଚରଣ ସାହୁ, ସୁନାଧର ବନଛୋର ଶିଶୁମାନଙ୍କ ବିକାଶ ଦିଗରେ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ମତମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚୁଡେନ୍ଦ୍ର କୁମାର ବେହେରା, ଅରୁଣ ଖୁଆସ, ପ୍ରଶାନ୍ତ ଷଡଙ୍ଗୀ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସଂପାଦକ ରତ୍ନମୟ ତ୍ରିପାଠୀ ।

jayashree
Leave A Reply

Your email address will not be published.