ଆଜି ଗଣପର୍ବ ମକର ସଂକ୍ରାନ୍ତି : ଧୁମ୍‌ଧାମ୍‌ରେ ପାଳୁଛନ୍ତି ଉତ୍ତର ଓଡ଼ିଶା

ବାରିପଦା : ଆଜି ଗଣପର୍ବ ମକର ସଂକ୍ରାନ୍ତି । ଉତ୍ତର ଓଡ଼ିଶାର ଘରେ ଘରେ ପାଳନ ହୁଏ ଏହି ପର୍ବ । ଏହି ପର୍ବର ମହକରେ ଝୁମି ଉଠିଛି ମୟୁରଭଞ୍ଜ ଜିଲ୍ଲାର ପୁରପଲ୍ଲୀ । ଟୁସୁ ଗୀତ ଗାଇ ମକର ପାଳୁଛନ୍ତି କୁଡୁମି ସମ୍ପ୍ରଦାୟ । କୋଭିଡ୍ କଟକଣା ମଧ୍ୟରେ ଚାଲିଛି ପର୍ବ । ମକର ଖୁସିରେ ସମଗ୍ର ଜିଲ୍ଲାର କୋଣ ଅନୁକୋଣ ହୋଇଉଠିଛି ଚଳଚଞ୍ଚଳ । ଶୀତ ସାଙ୍ଗକୁ ଆମ୍ବ ବଉଳ ସମ୍ଭାର ନେଇ ଆସିଛି ମକର ପର୍ବ । ପିଠାପଣାର ଆସର ଜମାଇ ବନ୍ଧୁ ବର୍ଗଙ୍କ ସହ ମିଳିମିଶି ମଜା ଉଠାଉଛନ୍ତି ମୟୁରଭଞ୍ଜବାସୀ । ଭୋର୍ ସକାଳୁ ଗାଧୁଆ ସାରି ସ୍ଥାନ ସ୍ଥାନରେ ମକର କୁମ୍ଭ ଥୋଇ ଛୋଟ ଛୁଆରୁ ବୃଦ୍ଧ ପର୍ଯ୍ୟନ୍ତ ମକର ସଂକ୍ରାନ୍ତି ପାଳୁଛନ୍ତି ।

Leave A Reply

Your email address will not be published.