csstore

ଉଡ଼ାର ବୁଢ଼ାଡଙ୍ଗର ଯାତ୍ରା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଅପରାହ୍ନରେ ଦେଓଗାଁ ବ୍ଳକ ଉଡାର ଗାଁ ବୁଢ଼ାଡ଼ଙ୍ଗର ପୂଜା କମିଟି ଆନୁକୂଲ୍ୟରେ ଉଡ଼ାରରୁ ଝାରମୁଣ୍ଡା ଯିବା ରାସ୍ତାର ପତ୍ରଫଡ଼ି ନିକଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ହୋଇଥିବା ବୁଢ଼ାଡ଼ଙ୍ଗର ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଆଜିକୁ ପ୍ରାୟ ୮୦ବର୍ଷ ହେଲା ଏହି ପାରଂପାରିକ ବୁଢ଼ାଡ଼ଙ୍ଗର ଓ ଭୁଆସେନ ଯାତ୍ରା ପ୍ରତିବର୍ଷ ପୌଷମାସ ଦ୍ୱିତୀୟ ମଙ୍ଗଳବାର ଦିନ ପୂଜା ଅର୍ଚ୍ଚନା ହୋଇଥିବା ବେଳେ ପରବର୍ତ୍ତୀ ଦିନ ମାନସିକ କରିଥିବା ଶ୍ରଦ୍ଧାଳୁମାନେ ବଳି ଚଢ଼ାଇଥାନ୍ତି । ପ୍ରାୟ ୫ବର୍ଷ ହେବ କୃ‌ଷ୍ଣ ଛତ୍ରିଆ ଏହି ଯାତ୍ରାରେ ମୁଖ୍ୟ ବରୁଆ ଭାବେ କାମ କରୁଥିବା ବେଳେ ତାଙ୍କ ପୂର୍ବରୁ ବହୁ ବର୍ଷ ଧରି ଗରିବ ଛତ୍ରିଆ ଏହାର ଦାୟିତ୍ୱ ନେଇଥିଲେ । ଏହି ଯାତ୍ରାର ମୁଖ୍ୟ ପୂଜକ ଭାବେ ଶାର୍ଦ୍ଦୁଳ ଛତ୍ରିଆ, ବିଭିଷଣ ଛତ୍ରିଆ, ସୁଧାଂଶୁ ଛତ୍ରିଆ ଦାୟିତ୍ବ ନେଇଥିବା ବେଳେ ମୁଖ୍ୟ ବରୁଆଙ୍କୁ ସହଯୋଗ କରିବା ପାଇଁ ଗିରିଧାରୀ ଛତ୍ରିଆ, ଲମ୍ବୋଦର ଛତ୍ରିଆ, ବିକି ଛତ୍ରିଆ, ଶିବ ଛତ୍ରିଆ, ତନୁଜ ଛତ୍ରିଆ ଓ ମଣ୍ଟୁ ଛତ୍ରିଆ ସହଯୋଗ କରିଥାନ୍ତି । ସେହିପରି ଚଳିତ ବର୍ଷ ପୂଜା କାର୍ଯ୍ୟକ୍ରମରେ ଗାଁର ପ୍ରଦିପ ଛତ୍ରିଆ, ମହେନ୍ଦ୍ର ଛତ୍ରିଆ, ଶିବେ ଛତ୍ରିଆ, ବସୁଦେବ ଛତ୍ରିଆ, ଖଗେଶ୍ବର ଛତ୍ରିଆ, ସୁରାଟ ଛତ୍ରିଆ, ଟିକୋ୍ବର ଛତ୍ରିଆ, ଅନାଦି ଛତ୍ରିଆ, ରବି ଛତ୍ରିଆ, ବଳଦେବ ଛତ୍ରିଆ, ଶକ୍ତିମାନ ଛତ୍ରିଆ, ବିହାରୀ ଛତ୍ରିଆ, ଧନୁଜ ଛତ୍ରିଆ, ଶ୍ରୀତମ ଛତ୍ରିଆ ଧନେଶ୍ବର ଛତ୍ରଆ, ନିରୋଜ ଛତ୍ରିଆ, ଜୁର୍ସେଲ ହରପାଲ ପ୍ରମୁଖ ସହଯୋଗ କରିଥିଲେ । ଯାତ୍ରାରେ ଆଖ ପାଖ ଗାଁରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ ।

jayashree
Leave A Reply

Your email address will not be published.