ଭୁବନେଶ୍ୱର, (କେପିଏନ୍ଏସ୍) : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟାଗ ଦ୍ୱାରା ଆହୂତ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିୟମାନୁସାରେ ନିର୍ବାଚିତ ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକର ୫ ବର୍ଷର କାର୍ୟ୍ୟକାଳ ଆଗାମୀ ମାର୍ଚ୍ଚ ମାସର ଶେଷ ହେବାକୁ ଯାଉଛି ଓ ସମ୍ବିଧାନର ଧାରା ୨୪୩ ଅନୁସାରେ ତା’ ପୂର୍ବରୁ ପଂଚାୟତ ନିର୍ବାଚନ ହେବା ଆବଶ୍ୟକ ବୋଲି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ବୈଠକରେ ମତ ପ୍ରକାଶ କରିଥିଲେ । ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ବେଳେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାର୍ଥୀମାନେ ସେମାନଙ୍କର ଜାତି ସାର୍ଟିଫିକେଟ୍ ଦାଖଲ କରିବେ ବୋଲି ରାଜ୍ୟ ନିର୍ବାଚନ କମିଶନର ବୈଠକରେ ପ୍ରକାଶ କରିଥିଲେ ଓ ସଂପୃକ୍ତ ଜାତି ସାର୍ଟିଫିକେଟ୍ ଗୁଡ଼ିକ ଓଡ଼ିଶା ରାଜ୍ୟର କ୍ଷମତା ପ୍ରାପ୍ତ ଅଧିକାରୀଙ୍କ ଠାରୁ ପ୍ରାପ୍ତ ହୋଇଥିବା ଆବଶ୍ୟକ ବୋଲି କମିଶନ ବୈଠକରେ ସ୍ପଷ୍ଟ କରିଥିଲେ । ଏଥର ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବୃଦ୍ଧି କରାଯାଇଛି । ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ସର୍ବାଧିକ ୫ ଲକ୍ଷ ସମିତି ସଭ୍ୟ ଓ ସରଫର ପ୍ରାର୍ଥୀ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନ ସର୍ବଦଳୀୟ ବୈଠକରେ ପ୍ରକାଶ କରିଥିଲେ । ପଂଚାୟତ ନିର୍ବାଚନ ପାଇଁ ଜିଲ୍ଲା ପରିଷଦ, ସମିତିସଭ୍ୟ ଓ ସରଫର ପ୍ରାର୍ଥୀ ମାନଙ୍କ କ୍ଷେତ୍ରରେ ସ୍ୱଲିଖିତ ସତ୍ୟପାଠ ଦାଖଲ କରିବେ ବୋଲି ନିର୍ବାଚନ କମିଶନର ମତ ପ୍ରକାଶ କରିଥିଲେ । ପ୍ରଥମଥର କରି ପଂଚାୟତ ନିର୍ବାଚନରେ ଭୋଟ ଗଣିତ ବ୍ଲକ ସ୍ତରରେ ଜିଲ୍ଲା ପରିଷଦ ୱାରି ଗଣନା କରାଯିବ ବୋଲି ନିର୍ବାଚନ କମିଶନର ସର୍ବ ଦଳୀୟ ବୈଠକରେ ପ୍ରକାଶ କରିଥିଲେ । ନିର୍ବାଚନ ଘୋଷଣା ଦିନଠାରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯିବ ବୋଲି ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଭିନ୍ନ ଭିନ୍ନ ପଦବୀ ନିମନ୍ତେ ପ୍ରାର୍ଥୀ ମାନଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବାଲାଟ୍ ପେପର ନିର୍ବାଚନରେ ବ୍ୟବହାର କରାଯିବ । ୱାଡର଼୍ ମେମ୍ବେର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ, ସରଫର ପ୍ରାର୍ଥୀ ମାନଙ୍କ ପାଇଁ ଗୋଲାପୀ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀମାନଙ୍କ ପାଇଁ ଧଳା ରଙ୍ଗର ବାଲାଟ୍ ପେପର ବ୍ୟବହାର କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ବୈଠକରେ ପ୍ରକାଶ କରିଛନ୍ତି । ଅବାଧ, ସ୍ୱଚ୍ଛ ଓ ନିରାପଦ ନିର୍ବାଚନ ନିମନ୍ତେ ସବୁ ଜିଲ୍ଲା ପାଇଁ ଜଣେ ଓ ବଡ଼ ଜିଲ୍ଲାପାଇଁ ୨ଜଣ ଲେଖାଏଁ ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯିବ ବୋଲି ନିର୍ବଚନ କମିଶନର କହିଛନ୍ତି । ରାଜ୍ୟରେ କୋଭିଡ଼୍ର ଦୃତ ସଂକ୍ରମଣ ବେଳେ ନିର୍ବାଚନ ହେବାକୁ ଥିବାରୁ ନିର୍ବାଚନ ଆୟୋଗ ଦ୍ୱାରା ସଦ୍ୟ ଜାରି କରାଯାଇଥିବା କୋଭିଡ୍ ନିୟମାବଳୀକୁ ଅନୁସରଣ କରି ସମସ୍ତଙ୍କ ପାଇଁ ଅନୁରୂପ କୋଭିଡ଼୍ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯିବ ବୋଲି କମିଶନର ପ୍ରକାଶ କରିଛନ୍ତି । ପଂଚାୟତ ନିର୍ବାଚନରେ ମତଦାନ ସମୟରେ ଭୋଟରଙ୍କ ପରିଚୟ ନିମନ୍ତେ ଭୋଟର ଫଟୋ ପରିଚୟ ପତ୍ର ସହ ଆଉ ୧୨ଗୋଟି ବିକଳ୍ପ ପରିଚୟ ପତ୍ର ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି । ବୈଠକରେ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ରାଜ୍ୟରେ ଦ୍ରୃତ ଗତିରେ କୋଭିଡ଼୍ ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନକୁ ଘୁଞ୍ଚାଇବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦୃଢ଼ ଦାବୀ କରିଥିଲେ । ନିର୍ବାଚନରେ ପ୍ରାର୍ଥୀମାନେ ସ୍ଥିରୀକୃତ ନିର୍ବାଚନ ଖର୍ଚ୍ଚ ସୀମା ମଧ୍ୟରେ ରହି ଖର୍ଚ୍ଚ କରିବା ଓ ଯେଉଁ ପ୍ରାର୍ଥୀମାନେ ନିର୍ବାଚନ ଖର୍ଚ୍ଚ ସୀମାଠାରୁ ଅଧିକ ଖର୍ଚ୍ଚ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସର ଗଣେଶ୍ୱର ବେହେରା ଓ ଶିବାନନ୍ଦ ରାୟ, ଭାରତୀୟ ଜନତା ପାର୍ଟିର ମୋହନ ଚରଣ ମାଝୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରମେଶ ଚନ୍ଦ୍ର ପାଢ଼ୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏମ୍ ର ଦୁଷ୍ମନ୍ତ କୁମାର ପାଢ଼ୀ, ବିଜୁ ଜନତା ଦଳର ଡଃ ଅମର ପଟ୍ଟନାୟକ, ସାମନ୍ତକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାମଚନ୍ଦ୍ର ହାଂସଦ, ଏନ୍ବିଏନ୍ଏସ୍ପି ପାର୍ଟିର ଜଳଧର ନାୟକ, ଭିଲେର୍ଜସ୍ ଇଣ୍ଡିଆ ପାର୍ଟିର ସୁଧାଂଶୁବାଳ ମିଶ୍ର, ଆମ୍ ଆଦମି ପାର୍ଟିର ସୌମ୍ୟ ରଂଜନ ସ୍ୱାଇଁ, କଳିଙ୍ଗସେନା ଦଳର ହେମନ୍ତ ରଥ, ବହୁଜନ ସମାଜବାଦୀ ପାର୍ଟିର ମଧୁସୂଦନ ଯାଦବ, ସୁପ୍ରିମ ଜିରୋପାର୍ଟ ଅଫ୍ ଭାରତର ଶାନ୍ତିଲତା ରାଉତ, ସମୃଦ୍ଧ ଓଡ଼ିଶା ପାର୍ଟିରେ ନିରାକାର ବେହେରା, ରାଷ୍ଟ୍ରିୟ ଜନତା ଦଳର ହେମନ୍ତ କର, ବହୁଜନ ମୁକ୍ତି ପାର୍ଟିର ଭରତ ଚନ୍ଦ୍ର ସିଂହ, ଅଲ୍ ଇଣ୍ଡିଆ ଫରୱାଡର଼୍ ବ୍ଲକର ଜ୍ୟୋତି ରଂଜନ ମହାପାତ୍ର, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆର ବିଜୟ କୁମାର ବେହେରା, ଓଡିଶା ଜନତା ପାର୍ଟିର ତଥାଗତ ସ୍ୱାଇଁ, ଏସ୍ୟୁସିଆଇର ସୁବାଷ ନାୟକଙ୍କ ସମେତ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀ ରବିନ୍ଦ୍ର ନାଥ ସାହୁ, ସ୍ୱତନ୍ତ୍ର ସଚିବ, ଶ୍ରୀ ରଘୁରାମ ଆର୍ ଆୟାର୍, ଉପସଚିବ ଶ୍ରୀ ଆଜାଦ୍ ହିନ୍ଦ୍ ପାଣିଗ୍ରାହୀ ଓ ଆଇନ ଅଧିକାରୀ ମାଧୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।